ଅଳପୁଆରେ +୨ କଲେଜ ଖୋଲିବା ପାଇଁ ଦାବୀ ଜୋର ଧରିଲା

ପଟ୍ଟାମୁଣ୍ଡାଇ(ଆମ ଓଡିଶା ଖବର) ତା 05/26-ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ଠାରେ +୨ କଲେଜ ଖୋଲିବା ପାଇଁ ଦୀର୍ଘଦିନ ହେବ ଅଂଚଳବାସୀ ଦାବୀ କରିଆସୁଛନ୍ତି I ମାତ୍ର ସରକାରୀ ସ୍ତରରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ I ଅଳପୁଆ ନୋଡାଲ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାବେଳେ ଏହାର ଅଧିକ ବିକାଶ ଆବଶ୍ୟକ I ଅଳପୁଆ ପଂଚାୟତର ପିଲାମାନେ ପ୍ରଚଣ୍ଡ ଖରା ଓ ବର୍ଷା ଏପରିକି ବନ୍ୟା ସମୟରେ ପ୍ରାୟ ୮/୧୦ ଦୂର ଦାଣ୍ଡିସାହି ଓ କାଶୀନାଥ କଲେଜକୁ ପାଠ ପଢିବା ପାଇଁ ବହୁ କଷ୍ଟରେ ଯିବାକୁ ବାଧ୍ୟ ହେଉଛନ୍ତି I ଯାହାକି ପାଠ ପଢିବା ପାଇଁ ମାନସିକ ସ୍ତରରେ ପିଲାମାନେ ପ୍ରଭାବିତ ହେଉଛନ୍ତି I ଅଳପୁଆ ନୋଡାଲ ହାଇସ୍କୁଲରେ +୨ କଲେଜ ଖୋଲିବା ପାଇଁ ସରକାରୀ ସ୍ତରରେ ଉପଯୁକ୍ତ ପଦକ୍ଷେପ ନେବାକୁ ବରିଷ୍ଠ ନାଗରିକ ସମନ୍ୱୟ ସମିତି ପକ୍ଷରୁ କେନ୍ଦ୍ରାପଡ଼ା ବିଧାୟକଙ୍କ ନିକଟରେ ଦାବୀ କରାଯାଇଛି I ନିକଟରେ ସମନ୍ୱୟ ସମିତି ପକ୍ଷରୁ ବରିଷ୍ଠ ସମାଜସେବୀ ଗଗନ ମହାଳିକ ବିଭୁତିଭୂଷଣ ପଟନାୟକ,ଦାମୋଦର ଧଳ, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟଦର୍ଶନୀ ତରାଇ, ଅଳପୁଆ ସରପଞ୍ଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ,ତରଡ଼ିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ସୁକାନ୍ତ ରାଉତ,କିଶୋର ରାଉତ,ଶିକ୍ଷାବିତ ଅଶୋକ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ନାରଦ ବିଶ୍ୱାଳଓ ସରୋଜିନୀ ଦାସ ପୂର୍ବତନ ସରପଞ୍ଚ ରବୀନ୍ଦ୍ର ଧଳ, ଜାନକୀ ବିଶ୍ୱାଳ, ରମେଶ ଦାସ,କିଶୋର ବେହେରା,ପୂର୍ବତନ ସମିତିସଭ୍ୟ ଅକ୍ଷୟ ରାଉତ, ଚନ୍ଦନ ସାହୁ,ଡମ୍ବରୁଧର ବିଶ୍ୱାଳ, ଦିଲ୍ଲୀପ ବିଶ୍ୱାଳ, ସରୋଜ ଦାସ,କୈବଲ୍ୟ ପରିଡା, ଦେବାଶିଷ ଧଳ ପ୍ରମୁଖଙ୍କ ସ୍ଵାକ୍ଷର ସମ୍ବଳିତ ଏକ ଦାବୀପତ୍ର ଗଣ ଶିକ୍ଷା ବିଭାଗ ମନ୍ତ୍ରୀ, ସଚିବ, ନିର୍ଦେଶକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପାଳ କେନ୍ଦ୍ରାପଡ଼ା ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି I ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି I

error: Content is protected !!