ନ୍ଯୁଜ ସେଭେନର ସାମ୍ବାଦିକାଙ୍କୁ ସାରଳା ନାମକ ବସ ଧକ୍କା ଦେଇ ଜୀବନ ନେଲା ।

ଜଟଣୀ, “ଆମ ଓଡ଼ିଶା ଖବର” ସଡ଼କ ଦୁର୍ଘଟଣାରେ ଚାଲିଗଲା ନିରୀହ ଝିଅର ଜୀବନ। ଝିଅଟି ନ୍ୟୁଜ ସେଭେନର ସାମ୍ବାଦିକା ଭାବେ କାର୍ଯ୍ୟରତ ଥିଲେ। ପୁରୀରୁ ଭୁବନେଶ୍ବର ଯାଉଥିବା ସାରଳା ନାମକ ଘରୋଇ ଯାତ୍ରୀବାହି ବସ୍ ମଙ୍ଗଳପୁର ଛକ ନିକଟରେ ଧକ୍କାଦେଇ ସାମ୍ବାଦିକା ସହ ଦୁଇଟି ଜୀବନ ନେଇଗଲା। ସାମ୍ବାଦିକା ଝିଅଟିର ନାଁ ଶିଲା ପଟନାୟକ। ସାମ୍ବାଦିକଙ୍କ ସହିତ ଆଉ ଜଣେ ସଂପର୍କୀୟ ତାଙ୍କ ସହିତ ଯାଉଥିଲେ, ତାଙ୍କର ମଧ୍ଯ ମୃତ୍ୟୁ ହୋଇଯାଇଛି । ଏପରି ଦୁଃଖଦ ଖବର ପାଇ ସାଙ୍ଗ ସାଥି ଏବଂ ପରିବାର ବର୍ଗ ମର୍ମାହତ ହୋଇଛନ୍ତି। ନିୟୁଜ ସେଭେନ୍‌ କାର୍ଯ୍ୟାଳୟରେ ଖେଳିଯାଇଛି ଶୋକର ଛାୟା। ମଙ୍ଗଳପୁର ଠାରୁ ନେଇ ପିପିଲି ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପ୍ରତିବାଦ ଦେଖିବାକୁ ମିଳୁଛି। ବାଲି ମାଫିଆ ମାନେ ବାଲି ରାସ୍ତାରେ ପକେଇ ଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଲା ଦୁଇଜଣ ଆରୋହୀଙ୍କର। ଉଭୟ ଆରୋହୀ ହଠାତ୍ କୌଣସି ବିଶେଷ କର୍ଯ୍ୟରେ ପୁରି ଯିବା ରାସ୍ତା, ମଙ୍ଗଳପୁର ନିକଟରେ ଏଭଳି ଏକ ମର୍ମନ୍ତୁଦ ଘଟଣାର ଶୀକାର ହୋଇଗଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!