ପଟ୍ଟାମୁଣ୍ଡାଇ(ଆମ ଓଡ଼ିଶା ଖବର) ତା୭/୧ ଧୋୟାଞ୍ଚଳର ସର୍ବ ପୁରାତନ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ଉଚ୍ଚ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ସ୍ତରୀୟ ପିଏମ ଶ୍ରୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସଵରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଦର୍ଶନୀ ତରାଇ ମୁଖ୍ୟବକ୍ତା, ପ୍ରାକ୍ତନ ବ୍ଲକ ଅଧକ୍ଷ ତଥା ପଞ୍ଚସଖା ସେତୁ ସଙ୍ଘଠନ ସଭାପତି ମାନସ ରଞ୍ଜନ ସାମଲ, ସରପଞ୍ଚ ଅନ୍ନପୂର୍ଣ୍ଣା ସେଠି, ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ ଓ ସ୍କୁଲ ପରିଚାଳନା କମିଟି ସଭାପତି ଅଲେଖ ମଲିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଏହି ଉତ୍ସଵରେ ଭିଜନ ୨୦୩୬, ସୃଜନୀ, କ୍ରୀଡ଼ାଙ୍ଗନା, କୌଶଳୀ, ଜିଜ୍ଞାସା ସହିତ ବୃତ୍ତିଗତ ବ୍ୟବସାୟ ଆଦି ୪ ଗୋଟି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ। ଉତ୍ସଵର ଆବାହକ ତଥା ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସଵରେ ପଣ୍ଡିତ ପ୍ରଭାତ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଜୟଲକ୍ଷ୍ମୀ ଦାଶ ସ୍ୱାଗତ ବକ୍ତବ୍ୟ ଓ ବିବରଣୀ ପାଠ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ କପ ଓ ମାନପତ୍ର ପ୍ରଦାନ କରିଥିଲେ।ବିଶ୍ୱକଲ୍ୟାଣୀ ଓଝା ଧନ୍ୟବାଦ ଅର୍ପଣ କରି ଥିଲେ।ସଭାପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଶିକାନ୍ତ ନାୟକ, ରବୀନ୍ଦ୍ର କୁମାର ନନ୍ଦୀ,କୁବେର କୁମାର ନାୟକ, ଦେବବ୍ରତ ସ୍ୱାଇଁ, କାମିନୀ ପାତ୍ର, ହରପ୍ରିୟା କର, ଶୁଭଲକ୍ଷ୍ମୀ ଜେନା, ଉମାଶଙ୍କର ସାହୁ ଓ ଜ୍ୟୋତି ସାଗର ସାହୁ ପ୍ରମୁଖ ଶିକ୍ଷକ ପରିଚାଳନା କରିଥିଲେ।
ଜୟହିନ୍ଦ ଉଚ୍ଚ ବିଦ୍ୟାଳୟରେ ପିଏମ ଶ୍ରୀ ଉତ୍ସଵ l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l