ବ୍ରାହ୍ମଣୀ ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ଅଭିଯାନ l          

ପଟ୍ଟାମୁଣ୍ଡାଇ(ଆମ ଓଡିଶା ଖବର )  ତା୮/୧ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଦାଣ୍ଡିସାହି ବ୍ରାହ୍ମଣୀ ମହାବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ଡ଼ ଗୌରୀ କୁମାର ସାମଲଙ୍କ ଦ୍ୱାରା ଉଦଘାଟିତ ଏହି ଅଭିଯାନରେ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ସହିତ ସ୍ୱଚ୍ଛତା ବିଶେଷକରି ପ୍ଲାଷ୍ଟିକ ଦ୍ରବ୍ୟ କିପରି ଆମପାଇଁ କ୍ଷତି କାରକ ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା।ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ନଟବର ସୁତାରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ, ଅଧ୍ୟାପକ ମାନସ ନାୟକ, ଅଧ୍ୟାପକ ସତ୍ୟଜିତ ବେହେରା,ଅଧ୍ୟାପକ ମନୋରଞ୍ଜନ ସାହୁ, ଅଧ୍ୟାପକ ଗୌତମ ବେହେରା,ଅଧ୍ୟାପକ ନିରଞ୍ଜନ ବାରିକ ଓ ଅଧ୍ୟାପକ ଜଗନ୍ନାଥ ବେହେରା  ପରିବେଶ ଓ ସ୍ଵଛତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ରଚନା ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!