
କେନ୍ଦ୍ରାପଡ଼ା -(ଆମ ଓଡିଶା ଖବର )-୦୯/୦୧
କେନ୍ଦ୍ରାପଡ଼ାରୁ ପୂର୍ବରୁ ପ୍ରକାଶିତ ମାସିକ ପାରିବାରିକ ଶିଶୁ ଓ କିଶୋର ପତ୍ରିକା ଧୋ’ରେ ବାଇଆ ଧୋ ପୁନର୍ବାର ନୂଆ କଳେବର ନେଇ ଆତ୍ମପ୍ରକାଶ କରିଛି। ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସୌଜନ୍ୟରେ ଭୁବନେଶ୍ୱରରୁ ପ୍ରକାଶିତ ଏହି ମାସିକ ପତ୍ରିକା ସ୍ଥାନୀୟ ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । କୋରୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ରାଜଶ୍ରୀର ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ବାର୍ଷିକ ଉତ୍ସବରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ଦାଶରଥି ଶତପଥୀ ଯୋଗ ଦେଇ ଶିଶୁ ପତ୍ରିକାଟିକୁ ଲୋକାର୍ପିତ କରିଥିଲେ। ଏହି ପର୍ବରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ବିଶିଷ୍ଟ ଅତିଥି , ଜିଲ୍ଲାର ପ୍ରମୂଖ ସାହିତ୍ୟ ଅନୁଷ୍ଠାନ ସତୀର୍ଥର ପ୍ରତିଷ୍ଠାତା ବରିଷ୍ଠ କବି ମନ୍ମଥନାଥ ବରାଳ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ , ପ୍ରାକ୍ତନ ଅଗ୍ନିଶମ ମହାନିର୍ଦ୍ଦେଶକ ବଳରାମ ମହାନ୍ତି, କୋରୋ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପାଞ୍ଜଳି ଜେନା, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରଞ୍ଜିତ ପ୍ରସାଦ ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଧୁସ୍ମିତା ନାୟକ ଏବଂ ରାଜ୍ୟର ଲୋକପ୍ରିୟ କଳା ପ୍ରତିଷ୍ଠାନ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ପ୍ରମୂଖ ଶିଶୁ ପତ୍ରିକାର କାଳଜୟୀତା କାମନା କରିଥିଲେ । ଉକ୍ତ
ଲୋକାର୍ପଣ ପର୍ବରେ ରାଜଶ୍ରୀ ଓ ସତୀର୍ଥ ପରିବାରର କର୍ମକର୍ତ୍ତା ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ପତିତପାବନ ଭଦ୍ର , ମଳୟ କୁମାର ସାହୁ, ନାଟ୍ୟକାର ରାଜୁ ସାମଲ , ସମାଜସେବୀ ବସନ୍ତ କୁମାର ମଲ୍ଲିକ, ପବିତ୍ର କୁମାର ମହାନ୍ତ, ଗଣେଶ ବେହେରା, ମହେଶ୍ୱର ନାୟକ , ବାବାଜୀ ମଲ୍ଲିକ, ଶଙ୍କର୍ଷଣ ସାହୁ , ଜଗନ୍ନାଥ ଉପାଧ୍ୟାୟ , ହିମାଂଶୁ ଶେଖର ପରିଡ଼ା ଆଦି ଉପସ୍ଥିତ ଥିଲେ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ୍ଭ ଓଡିଶା ଖବର l



More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।