କୋଦଳା:(ଆମ ଓଡିଶା ଖବର): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବାଦର୍ଖପଲ୍ଲୀରେ ଗତକାଲି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀକୁ ଗାଧୋଇବାକୁ ଯାଇଥିବା ପୂର୍ଣଚନ୍ଦ୍ର ସ୍ୱାଇଁ (୪୩) ପିତା ଜୟ ସ୍ଵାଇଁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଅସାବଧାନତା କାରଣରୁ ତାଙ୍କ ଗୋଡ ଖସି ସେ ପୋଖରୀ ରେ ବୁଡିଯାଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ, ଏହାକୁ ଦେଖୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲଆନ୍ତି ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ୟ କେନ୍ଦ୍ରରେ ଭର୍ତି କରିଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାର ଲୋକଙ୍କ ସମେତ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେ ଅତ୍ୟନ୍ତ ଗରିବ ଶ୍ରେଣୀ ର ହୋଇଥିବା ଯୋଗୁଁ ତାଙ୍କ ପରିବାରକୁ ସରକାର ନାରୀ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ଏଥି ସହ ପରିବାର ପକ୍ଷରୁ ଏତଲା କ୍ରମେ ମେଡିକାଲରେ କୋଦଳା ପୋଲିସ ପହଁରି ତଦନ୍ତ ଜାରି ରଖୁଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।