ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ଆମ ବସ୍ ଉପରେ କାହାର କୋପଦୃଷ୍ଟି ପଡିଛି। କେତେବେଳେ ଲୋକଙ୍କ ଉପରକୁ ମାଡିଯାଉଛି, କେତେବେଳେ ଲୋକଙ୍କୁ ମଡେଇ ମାରି ଦଉଛି। ଅନେକ ସମୟରେ କୌଣସି ନା କୌଣସି ଯାନ୍ତ୍ରିକ ତୃଟିଯୋଗୁ ପାସେଞ୍ଜରଙ୍କୁ ଓହ୍ଲାଇ ବିଚ୍ ରାସ୍ତାରେ ଛିଡାହୋଇ ରହିଥିବା ଦେଖିବାକୁ ମିଳୁଛି। ଏହାର ଅର୍ଥ ହେଉଛି, ସସ୍ଥା ଡ୍ରାଇଭର ମାନଙ୍କ ଯୋଗୁ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ୧୦ ଜାନୁଆରୀ ସକାଳେ ଦେଖିବାକୁ ମିଳିଲା, ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳର କଳିଙ୍ଗ ଷ୍ଟୁଡିଓ ଛକ ରାଜ ରାସ୍ତାରେ। ହୁତୁ ହୁତୁ ହୋଇ ଆମ ବସଟି ଜଳୁଥିବାର। ଯାହା ଦେଖିବାକୁ ମିଳିଲା ଅଗ୍ନିର ପ୍ରଖର ରୁପ। ଚାହୁଁ ଚାହୁଁ ଭୟଙ୍କର ଅଗ୍ନିକାଣ୍ଡରେ ଆମ ବସଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଆମ ବସଟିର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଛିଡା ହୋଇଥିଲା ନିରିହ ନିର୍ଜୀବ ବସ୍ତୁଟିଏ ହୋଇ। ତେବେ ଏଠି ପ୍ରଶ୍ନ ଉଠୁଛି ଆମ ବସର ଦୋସ ନା ଡ୍ରାଇଭରର ଦୋସ ନା ଦାଇତ୍ବରେ ଥିବା ପ୍ରଶାସନର ଦୋସ ? ସାଧାରଣ ଜନତା ଉତର ରଖିବେ।
ଭୁବନେଶ୍ୱରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।