ପଟ୍ଟାମୁଣ୍ଡାଇ:(ଆମ ଓଡିଶା ଖବର)(୧୧/୦୧) – ଆଜି ସହକାର ଭାରତୀର ୪୭ ତମ ସ୍ଥାପନା ଦିବସ ଅବସରରେ ଦାଣ୍ଡିସାହି ଠାରେ ସଂଗଠନର ଜିଲ୍ଲା କାର୍ଯ୍ଯକାରିଣୀର ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ସହକାର ଭାରତୀର ପିଏସିଏସ କକ୍ଷର ସହ ସଂଯୋଜକ ସ୍ମୃତି ରଞ୍ଜନ ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଗଠନର ଲକ୍ଷ୍ୟ ଓ ସମବାୟ ହିଁ ଗ୍ରାମୀଣ ବିକାଶର ଏକମାତ୍ର ସାଧନ ବୋଲି ନିଜର ମତବ୍ୟକ୍ତ କରିଥିଲେ ଓ କେନ୍ଦ୍ରାପଡ଼ା ଜିଲ୍ଲା ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମବାୟ ମାଧ୍ୟମରେ ହିଁ କୃଷକ ମାନଙ୍କର ଆର୍ଥିକ ପ୍ରଗତି ସମ୍ଭବ ବୋଲି ନିଜର ଅଭିଭାଷଣ ରଖିଥିଲେ l କେନ୍ଦ୍ରାପଡ଼ାର ପ୍ରତି ତହସିଲ ସ୍ତରରେ ସହକାର ଭାରତୀର କାର୍ଯ୍ୟକୁ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ସଦସ୍ୟ ମାନେ ଦୃଢ ସଂକଳ୍ପ କରିଥିଲେ l କାର୍ଯ୍ୟକ୍ରମ ରେ ଶକ୍ତି ରଞ୍ଜନ ବିଶ୍ଵାଳ, ନିଖିଲ ପ୍ରଧାନ, କଳାକାର ଯେନା, କିଶୋର ରାଉତ, ଦୀପକ କୁମାର ଦାଶ, ଦଶରଥ ମଳିକ, ବାବୁରାମ ସାମଲ, ସୌଭାଗ୍ୟ ରଞ୍ଜନ ବିଶ୍ଵାଳ ଆଦି ନିଜ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ଶେଷରେ ଅରୋଶିଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଜାତୀୟ ଯୁବ ଦିବସ ପାଳିତ l
ତରଡ଼ିପାଳ ନୋଡାଲ ଉଚ୍ଚବିଦ୍ୟାଳୟରେ ବାର୍ଷିକକ୍ରୀଡା ଉତ୍ସବ ଅନୁଷ୍ଠିତ l
ବ୍ରାହ୍ମଣୀ ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ଅଭିଯାନ l