ବନ୍ଦେ ମାତରମ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସଵ  l              

ପଟ୍ଟାମୁଣ୍ଡାଇ (ଆମ ଓଡିଶା ଖବର)  ତା୧୭/୧ ଅଣ୍ଢରା ବନ୍ଦେ ମାତରମ  ଉଚ୍ଚ ବିଦ୍ୟାଳୟରt ୪୬ତମ ବାର୍ଷିକ ଉତ୍ସଵ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅମୀର କୁମାର ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ପ୍ରଶାନ୍ତ କୁମାର ସାମଲ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଜିଲ୍ଲା ବିଜ୍ଞାନ ପରିଦର୍ଶକ ନିଷିଦ୍ଧ ବାରିକ ମୁଖ୍ୟବକ୍ତା,ସିଆରସିସି ମନୋଜ ସେଠି, ତ୍ରୈଲୋକ୍ୟନାଥ ସ୍ୱାଇଁ ଓ ବୁଦ୍ଧିମାନ ମଲ୍ଲିକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସହକାରୀ ଶିକ୍ଷକ ସନ୍ତୋଷ କୁମାର ଅଗସ୍ତି ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ଦେଇଥିବାବେଳେ କୃଷ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡାଶିକ୍ଷକ ବିଶ୍ୱଜିତ ମଳିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ କ୍ରୀଡାରେ ଚାମ୍ପିୟନ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ଥିଲା।ଏହି ବାର୍ଷିକ ଉତ୍ସଵକୁ  ଶିକ୍ଷକ ଗିରିଜା ଶଙ୍କର ଖିଲାର, ବୈଷ୍ଣ୍ଷବି ପରିଡା, ନିର୍ମଳ ବେହେରା, ସରସ୍ବତୀ ବାରିକ, ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ସରୋଜ ନାୟକ, ଆଶିଷ ମଳିକ, ସାଇଦା ବେଗମ, ବିଶ୍ଵରଞ୍ଜନ ପୃଷ୍ଟି,ଜୟନ୍ତ ବିଶ୍ୱାଳ, ଶ୍ରୀଧର ବାରିକ, ଗୀତାଞ୍ଜଳି ସାମଲ, ରାଜଶ୍ରୀ ସ୍ୱାଇଁ, ସୁଶ୍ରୀ ସୋନାଲି ସାହୁ, ସ୍ବର୍ଣ୍ଣମଇ ସାମଲ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!