କେନ୍ଦ୍ରାପଡ଼ା,(ଆମ ଓଡିଶା ଖବର )୧୨ା୧:କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ହଳଦିଆ ଠାକୁରହାଟ ସ୍ଥିତ ସରକାରୀ ମଦ୍ରାସା ମିଲ୍ଲତେ ଇବ୍ରାହିମିଅାଁରେ ନିୟମିତ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସୟଦ ଅବଦୁଲ ରଜ୍ଜାକଙ୍କ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସେ କୀଡ଼ନୀ ଓ ମସ୍ତିସ୍କ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ(୫ ବର୍ଷ) ରହିଛି । ତାଙ୍କ ମୃତୁ୍ୟ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ଶୋକବାର୍ତ୍ତା ପଠାଇଥିଲେ । ସେ ଏଥିରେ ଉଲ୍ଲେଖ କରିଥିଲେ ଯେ ସ୍ୱର୍ଗତ ରଜ୍ଜାକ ଜଣେ ଉତ୍ତମ ଶିକ୍ଷକ ଥିଲେ । ତାଙ୍କଠାରୁ ପାଠ ପଢି ବହୁ ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କ ମୃତୁ୍ୟ ଶିକ୍ଷାଦାନ କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ହିବଜୁର ରହେମାନ, ବିଜେପି ନେତା ସଲିମ ଖାନ୍, ବିଜେଡି ନେତା ମହମ୍ମଦ ନିଆଜ, ସଂଖ୍ୟାଲଘୁ ସଭାପତି ସେକ ଇନାୟତ(ଚନ୍ଦନ), କେନ୍ଦ୍ରାପଡ଼ା କ୍ରିକେଟ୍ ଆସୋସିଏସନର ସଂପାଦକ ଶୁଭାଶିଷ ସେନାପତି, ଆକବର ଅଲ୍ଲୀ ଖାନ୍, କେଶବ ସାହୁ, ଗୁନା, ଜ୍ୟୋତିର୍ମୟ ଦାଶ, ମହମ୍ମଦ ଆମିର, ସେକ ଲିଆକତ ଅଲ୍ଲୀ, ବରଦାକାନ୍ତ ବରାଳ, ସାବିର ଖାନ୍ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ରବିବାର ରାତି ୯ଟାରେ ତାଙ୍କ ଉଦେ୍ଦଶ୍ୟରେ ଜନାଜା ପାଠ କରାଯାଇଥିଲା । ଏହାପରେ ଗୌଡ଼ଗୋପ ସ୍ଥିତ କବରସ୍ତାନରେ ତାଙ୍କର କବର ଦିଆଯାଇଥିଲା । ସେ ହେଉଛନ୍ତି କଂଗ୍ରେସର ବରିଷ୍ଠ ସଂଖ୍ୟାଲଘୁ ନେତା ସୟଦ ଅବଦୁଲ ସତ୍ତାରଙ୍କ ସାନ ଭାଇ ।
କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।