କୋଦଳା, (ଆମ ଓଡିଶା ଖବର):କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୁ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବସ ସେବା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଛାତ୍ର ଛାତ୍ରୀଙ୍କ ହିତ ନିମନ୍ତେ ଏହି ବସ ସେବାକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କଲେ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ । ମଙ୍ଗଳବାର ପ୍ରାତଃ ସମୟରେ କଲେଜ ଛାତ୍ରଛାତ୍ରୀଙ୍କ ସହିତ କୋଦଳା ନଗରପାଳ ଉପସ୍ଥିତ ରହି ରୀତିନୀତି ଅନୁସାରେ ଏହି ବସ ସେବା କୁ ଉଦଘାଟନ କରିଥିଲେ । ଯାହା ଫଳରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଙ୍କ ସମେତ ସମସ୍ତ ଦୂର ଦୁରାନ୍ତରୁ ଆସୁଥିବା ଶତାଧିକ ଛାତ୍ରଛାତ୍ରୀ । ବସ ସେବା ଉଦଘାଟନ ପରେ ଏହା ସମସ୍ତ ଛାତ୍ରଛାତ୍ରୀ ଙ୍କ ଗମନା ଗମନା ର ସୁବିଧାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ ।କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଏଵଂ କୋଦଳା ନଗରପାଳ ଙ୍କ ପ୍ରଚେଷ୍ଟା ଯୋଗୁଁ ଗମନାଗମନ ର ସୁବିଧା ହୋଇ ପାରିଛି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଛାତ୍ର ଛାତ୍ରୀ । ଯାହାକୁ ନେଇ ମୋହନ ସରକାରଙ୍କୁ ବେଶ କୃତଜ୍ଞତା ଜଣାଇଛନ୍ତି । ଏହି ବସ୍ ସେବା ଆରମ୍ଭ ହୋଇ ଥିବାରୁ ସ୍ଥାନୀୟ ଅଂଚଳ ବାସୀ ଓ ଛାତ୍ରଛାତ୍ରୀ ଙ୍କ ମହଲରେ ଏକ ଖୁସି ର ବାତାବରଣ ଖେଳିଯାଇଛି । ପୂର୍ବରୁ ଏହି ମୁଖ୍ୟମନ୍ତ୍ରୀ ବସ ସେବା ପାଇଁ ଟ୍ରାଏଲ ରନ ଚାଲିଥିବା ବେଳେ ଏହା ଉଦଘାଟିତ ହୋଇଥିଲା ବୋଲି କହି ଛାତ୍ରଛାତ୍ରୀଙ୍କୁ ଭ୍ରମିତ କରାଯାଇଥିଲା । ଯାହାକୁ ନେଇ କୋଦଳା ନଗରପାଳ ନିଜ ସ୍ପଷ୍ଟୀକରଣ ରେ କହିଥିଲେ ଯେ ପ୍ରକୃତ ପକ୍ଷେ ଏହି ବସ ମଙ୍ଗଳବାର ଠାରୁ ପ୍ରତ୍ୟେହ ଚାଲୁ ରହିବ । ଏଥିରେ ଆଖ ପାଖ ଅଞ୍ଚଳରୁ କଲେଜ ଆସୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ସମୂହ ଉପକୃତ ହୋଇ ପାରିବେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ
କୁଖ୍ୟାତ ମଦ ବେପାରୀ ପ୍ରଶାନ୍ତକୁ ବାନ୍ଧିଲା, ବେତନଟି ଅବକାରି ପୋଲିସ।