ଜଟଣୀ: “ଆମ ଓଡ଼ିଶା ଖବର” ୨୩ ଜାନୁୟାରୀରେ, ଜଟଣୀ ସ୍ଥିତ ବନମାଳୀ କଲୋନୀର ବ୍ରହ୍ମାକୁମାରୀ ଅନୁଷ୍ଠାନରେ ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଅଛି। ଏହି ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ରାଜଯୋଗ ଶିଖିକା, ଗୀତିକାର, ଆନ୍ତର୍ଜାତିକ ସୁବକ୍ତା ବ୍ରହ୍ମାକୁମାରୀ ଦାମିନୀ ଭଉଣୀ ଉପସ୍ଥିତ ରହି ସମସ୍ତଙ୍କର ଉତ୍ସାହ ବଢ଼ାଇଥିଲେ।

ଏହି କାର୍ଯକ୍ରମରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ତଥା ସମାଜସେବୀ ଶ୍ରୀଯୁକ୍ତ ସନ୍ତୋଷ ଜେନା ଓ ଓଡ଼ିଶା ବିଜେପି ର କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଅନିଲ ବିଶ୍ଵାଳ, ବିଜେଡି ନେତା ମନ୍ମଥ ରାଉତରାୟ , ପୂର୍ବତନ ଅଧ୍ୟକ୍ଷ ଭୁବନେଶ୍ୱର ବ୍ଲକ ଦୁଶାସନ ସ୍ୱାଇଁ ତଥା ଜଟଣୀ ଅଞ୍ଚଳର ଅନେକ କାଉନସିଲର ବନ୍ଧୁ, ସମାଜସେବୀ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ତଥା ଗଣମାଧ୍ୟମର ବନ୍ଧୁମାନେ ଯୋଗଦାନ କରିଥିଲେ। ଏହି କାର୍ଯକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯକ୍ରମ କୁ ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ପରିଚାଳନା କରିଥିଲେ, ବ୍ରହ୍ମାକୁମାର ଅଶୋକ ଭାଇ ଧନ୍ୟବାଦ ଦେଇଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।