ରିପୋର୍ଟ :ପ୍ରସନ୍ନ ଦାଶ
ପୁରୁଷୋତ୍ତମପୁର, (ପ୍ରସନ୍ନ ଦାଶ): ପୁରୁଷୋତ୍ତମପୁର ତହସିଲ ଅଫିସିରେ ଜନ ସାଧାରଣ ଙ୍କ ମୌଳିକ ସୁବିଧା ସହ, ତହସିଲଦାର ଓ ଷ୍ଟାଫ ଙ୍କ ଉପସ୍ଥିତି ନିମନ୍ତେ ଭାରତୀୟ ଜନତା ପାର୍ଟିର ପୁରୁଷୋତ୍ତମପୁର ଶାଖାର ଯୁବ ଗୋଷ୍ଠି ଙ୍କ ନେତୃତ୍ୱ ରେ କିଛି କର୍ମୀ, ନେତା ମାନେ ଅଫିସ କୁ ଆସି ତହସିଲଦାର ଲୋପାମୁଦ୍ରା ରଥ ଙ୍କୁ ଭେଟି ଲୋକଙ୍କ ବିଭିର୍ଣ୍ଣ ସମସ୍ୟା ଓ ଅଭିଯୋଗ କୁ କହିବାକୁ ଆସିଥିଲା ବେଳେ ତହସିଲଦାର ଙ୍କ ଅନୁପସ୍ଥିତି ଯୋଗୁଁ ସେମାନେ ନାଜିର ଙ୍କ ସହ କଥା ହୋଇ ଲୋକଙ୍କ ବିଭିର୍ଣ୍ଣ ସମସ୍ୟା କୁ ତୁରନ୍ତ ସମାଧାନ କରିବାକୁ କହିଥିଲେ | ଶାସକ ଭାରତୀୟ ଜନତା ପାର୍ଟି ର ନେତୃ ବର୍ଗ ବ୍ୟକ୍ତିମାନେ ତହସିଲଦାର ଙ୍କ ସମେତ,ଅଫିସିର ଅଧିକାଂଶ କର୍ମଚାରୀ ଙ୍କ ଅନୁପସ୍ଥିତି ଦେଖି କ୍ଷବୋ ପ୍ରକାଶ କରିବା ସହ ଲୋକଙ୍କ ଜମିଜମା, ଘରବାଡ଼ି ଓଗ୍ରାମକଣ୍ଠ ପଟ୍ଟା ଆଦି ମୌଳିକ ସୁବିଧା ଠିକ୍
ସମୟରେ ମିଳୁ ନ ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକଙ୍କ ଠାରୁ ଶୁଣି ସେମାନେ ଆଜି ତହସିଲ କାର୍ଯ୍ୟାଳୟରେ ପସି 25ବର୍ଷ ଧରି ଯେଉଁ ବିଜେଡି ର ମନମୁଖୀ ଶାସନକୁ ପରିବର୍ତ୍ତନ କରି ଆସିଥିବା ଭାଜପା ସରକାର ଙ୍କ ନୀତିନିୟମ କୁ ମାନି ଲୋକଙ୍କ ହିତ ପାଇଁ ଶୋଷଣ ମନବୃତ୍ତି ପରିତ୍ୟଗ କରି କାର୍ଯ୍ୟ କରିବାକୁ ସଦସ୍ୟ ମାନେ କହିଛନ୍ତି | ଏହି କଥାରେ ସେମାନେ ଯଦି ସଚେତନତା ନହୁଅନ୍ତି ତେବେ ଆଗାମୀ ଦିନରେ ସେମାନଂକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ନେତାମାନେ କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ,ଯୁବ ମୋର୍ଚା ସଭାପତିସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା , ଶେଷଦେବ ପଣ୍ଡା,ପୂର୍ବତନ ନଗର ସଭାପତି ଟୁକୁନା ବେହେରା, କୃଷ୍ଣଗୌଡ଼,ଦେବ ରାଜ ବେହେରା, ମନୋରଞ୍ଜନ ପାଢ଼ୀ, ଚିତ୍ତ ରଞ୍ଜନ ସାହୁ, ରୁଦ୍ରସେନ ବେହେରା,ରମେଶ ବେହେରା ପ୍ରମୁଖ ବିଜେପିର ସଦସ୍ୟ ମାନେ ଉପସ୍ଥିତ ଥିଲେ |
More Stories
ସ୍ବର୍ଗତ କେ.ଗୋବିନ୍ଦ ଚନ୍ଦ୍ର ସେନାପତିଙ୍କ ୭ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର,୬୩ ୟୁନିଟ ରକ୍ତ ସଂଗୃହିତ
ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମ
ବେଗୁନିଆପଡା ପୋଲିସ ଦ୍ୱାରା ହୋମିଓ ମେଡିସିନ ସ୍ପିରିଟ ଜବତ