ରିପୋର୍ଟ :ପ୍ରସନ୍ନ ଦାସ
ପୁରୁଷୋତ୍ତମପୁର, (ପ୍ରସନ୍ନ ଦାସ):ପୁରୁଷୋତ୍ତମପୁର ନିକଟସ୍ଥ ତାରା ତାରିଣୀ ଛକ ଠାରେ ଥିବା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା କୌଶଳ ରଥର ସ୍ବାଗତ କରା ଯାଇଥିଲା। ଗତ ତା ୧୫/୦୭/୨୪ ରିଖ ଦିନ ସାରା ଓଡ଼ିଶାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇଥିଲା ଯେଉଁଥିରେ କି ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଶ୍ଵ ଦକ୍ଷତା କେନ୍ଦ୍ର ଠାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ତ୍ୱରାନ୍ୱିତ କରିଥିଲେ। ଏହିକାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଦୁଇଟି କୌଶଳ ରଥ ବିଭିନ୍ନ ଜିଲ୍ଲାର ବିଭିନ୍ନ ଉପଖଣ୍ଡ କୁ ପରିକ୍ରମା ନିମନ୍ତେ ଆୟୋଜନ କରାଯାଇଥିଲା | ଯେଉଁଥିରେ କି ଉନ୍ନତ ମାନର ଯାନ୍ତ୍ରିକ କୌଶଳ ଜିନିଷ ଗୁଡ଼ିକ ଯଥା ଡ୍ରାଇଭିଂ ସିମୁଲେଟର ଅର,ଭିଆର, ୩ଡି ପ୍ରିଣ୍ଟର, କୃଷିଭିତ୍ତିକ ଡ୍ରୋନ ଇତ୍ୟାଦି ପ୍ରଦର୍ଶିତ କରାଯାଇଥିଲା। ତେବେ ଆଜି ତା ୧୮/୦୭/୨୦୨୪ ରିଖ ପ୍ରାତଃ ୮ ଘଣ୍ଟା ସମୟରେ ସ୍ଥାନୀୟ ସରକାରୀ ଆଇ ଟି ଆଇ ରେ ଆଗମନ ହୋଇଥିବା ଏବଂ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ(ପ୍ରତାପପୁର) ଏବଂ ତାରା ତାରିଣୀ ମହାବିଦ୍ୟାଳୟ (ପୁରୁଷୋତ୍ତମପୁର) ଭ୍ରମଣ ନିମନ୍ତେ ଅଗ୍ରସର ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୋଟ ୧୦୦୦ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରି ଆଧୁନିକ ଯାନ୍ତ୍ରିକ କୌଶଳକୁ ଉପଭୋଗ କରି ଉତ୍ସାହିତ ହୋଇଥିଲେ ଏବଂ କୌଶଳ ବିକାଶ ପଥରେ ଯୋଗ ଦେବା ଲାଗି ଅନୁପ୍ରେରିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ଶିଳ୍ପ ତାଲିମ କେନ୍ଦ୍ରର ଅଧକ୍ଷ ଇଁ ଲୋକେଶ ପଟନାୟକ, ଗଞ୍ଜାମ ଜିଲ୍ଲା ଏମ୍ପପ୍ଲାଈମେଣ୍ଟ ଅଫିସିର ଡାଇରେକ୍ଟର , ପ୍ରତାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ତାରା ତାରିଣୀ କଲେଜ ଅଧକ୍ଷ ଡ଼ଃ ସିମାଞ୍ଚଳ ପଟନାୟକ, ଏନ ମୋହନ, ଓ ଅନ୍ୟ ଷ୍ଟାଫ ଙ୍କ ଉପସ୍ଥିତିରେ ଏହା ଅନୁଷ୍ଠିତ ହୋଇଥିଲା |
More Stories
କଞ୍ଚଣା ଠାରେ ଗୋ-ପୂଜନ ଉତ୍ସବ ଅନୁଷ୍ଠିତ
ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ସୋରଡ଼ା ବରାଡି ଠାରେ ବାଇକ୍ ଦୁର୍ଘଟଣା , ଦୁଇ ଆହତ ।