ରିପୋର୍ଟ :ଦେବାଶିଷ
କୋଦଳା,(ଆମ ଓଡ଼ିଶା ଖବର ) ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଆସିକା ସାଂସଦ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ପହଂଚି ଏକ ନମ୍ବର ୱାର୍ଡ ର ଜନ ସାଧାରଣଙ୍କ ଅଭିଯୋଗ ଶୁଣିବା ସହିତ ବିଭିନ୍ନ ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଡାକି ସମସ୍ୟାର ସମାଧାନ କରିବା ପାଇଁ ତତକ୍ଷଣାତ ନିର୍ଧେଶ ଦେଇଥିବା ଦେଖିବାକୁ ମିଳିଛି | ଅଭିଯୋଗ ଅନୁଯାୟୀ କୋଦଳା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ରେ ଏକ କେନାଲ ଯାଇଥିବା ବେଳେ ଚାଷୀଙ୍କ ଚାଷ କାର୍ଯ୍ୟ ସମେତ ଲୋକଙ୍କ ଗାଧୁଆ ପାଇଁ ଏହା ବର୍ଷ ତମାମ ବ୍ୟବହୃତ ହୋଇଥାଏ | କିନ୍ତୁ ଏହି କେନାଲ ମଧ୍ୟକୁ କୋଦଳା ମରାଠୀ ସାହିର ମଦ ପୋଚ ଏବଂ କିଛି ଅପରିଷ୍କାର ପାଣି ଏହି କେନାଲ ମଧ୍ୟକୁ ଛାଡୁ ଥିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇ ଯାଇଛି | ଯାହା ଫଳରେ ଉକ୍ତ ୱାର୍ଡ ର ୱାର୍ଡବାସୀ ମାନନୀୟା ସାଂସଦ ଙ୍କୁ ଭେଟି ଦାବିପତ୍ର ଦେବା ପରେ ସାଂସଦ ଏହି କାର୍ଯ୍ୟକୁ ଅବିଳମ୍ବେ ସାରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଧେଶ ଦେଇଛନ୍ତି | ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନେଇ ୱାର୍ଡବାସୀ ଗଭୀର ଆଶା ପ୍ରକଟ କରିଛନ୍ତି | ସାଂସଦଙ୍କ ଏଭଳି କାର୍ଯ୍ୟ କୁ ନେଇ ଗଭୀର ପ୍ରଶଂସା କରିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ | ଏହି ଅଭିଯୋଗପତ୍ର ଦାଖଲ ସମୟରେ କୋଦଳା ଅଧ୍ୟକ୍ଷ ଶ୍ରୀ ନାୟକ ଙ୍କ ସମେତ ଉପାଧ୍ୟକ୍ଷା ରଂଜିତା ସେଠି, କାଉନସିଲର ରିତାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ପରେ ସାଂସଦ ଶ୍ରୀମତୀ ପଟ୍ଟନାୟକ ବୃକ୍ଷରୋପଣ କରିଥିଲେ |
More Stories
ଷ୍ଟେଟ ବ୍ୟାଙ୍କ ଗ୍ରାହାକ ସେବାକେନ୍ଦ୍ର ଢଉଙ୍ଗା ସ୍ଥିତ ଶୂନ୍ୟ ଏକାଉଣ୍ଟ୍ ଖୋଲା କାର୍ଯ୍ୟକ୍ରମ।
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା l
ବେଗୁନିଆପଡା ବ୍ଲକ କୃଷି ବିଭାଗରେ ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା।