ଲୋକଙ୍କ ମୌଳିକ ସୁବିଧା ନିମନ୍ତେ ପୁରୁଷୋତ୍ତମପୁର ତହସିଲରେ ପଶିଲେ ବିଜେପିର ଯୁବଗୋଷ୍ଟି  l

ରିପୋର୍ଟ :ପ୍ରସନ୍ନ ଦାଶ 

ପୁରୁଷୋତ୍ତମପୁର, (ପ୍ରସନ୍ନ ଦାଶ): ପୁରୁଷୋତ୍ତମପୁର ତହସିଲ ଅଫିସିରେ ଜନ ସାଧାରଣ ଙ୍କ ମୌଳିକ ସୁବିଧା ସହ, ତହସିଲଦାର ଓ ଷ୍ଟାଫ ଙ୍କ ଉପସ୍ଥିତି ନିମନ୍ତେ ଭାରତୀୟ ଜନତା ପାର୍ଟିର ପୁରୁଷୋତ୍ତମପୁର ଶାଖାର ଯୁବ ଗୋଷ୍ଠି ଙ୍କ ନେତୃତ୍ୱ ରେ କିଛି କର୍ମୀ, ନେତା ମାନେ ଅଫିସ କୁ ଆସି ତହସିଲଦାର ଲୋପାମୁଦ୍ରା ରଥ ଙ୍କୁ ଭେଟି ଲୋକଙ୍କ ବିଭିର୍ଣ୍ଣ ସମସ୍ୟା  ଓ ଅଭିଯୋଗ କୁ କହିବାକୁ ଆସିଥିଲା ବେଳେ ତହସିଲଦାର ଙ୍କ ଅନୁପସ୍ଥିତି ଯୋଗୁଁ ସେମାନେ ନାଜିର ଙ୍କ ସହ କଥା ହୋଇ ଲୋକଙ୍କ ବିଭିର୍ଣ୍ଣ ସମସ୍ୟା କୁ ତୁରନ୍ତ ସମାଧାନ କରିବାକୁ କହିଥିଲେ | ଶାସକ ଭାରତୀୟ ଜନତା ପାର୍ଟି ର ନେତୃ ବର୍ଗ ବ୍ୟକ୍ତିମାନେ ତହସିଲଦାର ଙ୍କ ସମେତ,ଅଫିସିର ଅଧିକାଂଶ କର୍ମଚାରୀ ଙ୍କ ଅନୁପସ୍ଥିତି ଦେଖି କ୍ଷବୋ ପ୍ରକାଶ କରିବା ସହ ଲୋକଙ୍କ ଜମିଜମା, ଘରବାଡ଼ି ଓଗ୍ରାମକଣ୍ଠ ପଟ୍ଟା ଆଦି ମୌଳିକ ସୁବିଧା ଠିକ୍

ସମୟରେ ମିଳୁ ନ ଥିବାରୁ  ଦୂରଦୂରାନ୍ତରୁ ଆସୁଥିବା ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକଙ୍କ ଠାରୁ ଶୁଣି ସେମାନେ ଆଜି ତହସିଲ କାର୍ଯ୍ୟାଳୟରେ ପସି  25ବର୍ଷ ଧରି ଯେଉଁ  ବିଜେଡି ର ମନମୁଖୀ ଶାସନକୁ ପରିବର୍ତ୍ତନ କରି ଆସିଥିବା ଭାଜପା ସରକାର ଙ୍କ ନୀତିନିୟମ କୁ ମାନି ଲୋକଙ୍କ ହିତ ପାଇଁ ଶୋଷଣ ମନବୃତ୍ତି  ପରିତ୍ୟଗ କରି କାର୍ଯ୍ୟ କରିବାକୁ ସଦସ୍ୟ ମାନେ କହିଛନ୍ତି | ଏହି କଥାରେ ସେମାନେ ଯଦି ସଚେତନତା  ନହୁଅନ୍ତି ତେବେ ଆଗାମୀ ଦିନରେ ସେମାନଂକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ନେତାମାନେ କହିଛନ୍ତି  | ଆଜିର ଏହି କାର୍ଯ୍ୟକ୍ରମ ରେ  ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ,ଯୁବ ମୋର୍ଚା ସଭାପତିସରୋଜ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା , ଶେଷଦେବ ପଣ୍ଡା,ପୂର୍ବତନ ନଗର ସଭାପତି ଟୁକୁନା ବେହେରା, କୃଷ୍ଣଗୌଡ଼,ଦେବ ରାଜ ବେହେରା, ମନୋରଞ୍ଜନ ପାଢ଼ୀ, ଚିତ୍ତ ରଞ୍ଜନ ସାହୁ, ରୁଦ୍ରସେନ ବେହେରା,ରମେଶ ବେହେରା ପ୍ରମୁଖ ବିଜେପିର ସଦସ୍ୟ ମାନେ ଉପସ୍ଥିତ ଥିଲେ |

error: Content is protected !!