ଖୋରଧା ଜିଲ୍ଲା( ଆମ ଓଡ଼ିଶା ଖବର) ଡେଲାଙ୍ଗ ତା ୧୭-୩-୨୬ ଜଟଣୀରେ କାର୍ଯ୍ୟରତ ଖବରଦାତାମାନେ ସମାଜ ମଙ୍ଗଳ ପାଇଁ ଏକତ୍ରିତ ହୋଇଥିଲେ. ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଗ୍ରାମସ୍ଥ ବାବା ଶ୍ରୀଶ୍ରୀ ଗତିଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ପ୍ରେସ କ୍ଳବ ଜଟଣୀ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା. ବରିଷ୍ଠ ଖବରଦାତା ରବି ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ପ୍ରେସ କ୍ଳବର ସଭାପତି ବରିଷ୍ଠ ଖବରଦାତା ରବିନ୍ଦ୍ରନାଥ ମହାକୁଡ଼ ସଭାପତିତ୍ୱ କରିଥିଲା ବେଳେ ସମ୍ପାଦକ ସୁରେଶ ମହାରଣା ବୈଠକ ପରିଚାଳନା କରିଥିଲେ. ଖବରଦାତା ସଂଗ୍ରାମ ହୋତା ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ.ସମାଜର ବିଭିନ୍ନ ସମସ୍ୟାକୁ ନେଇ ଏହି ବୈଠକରେ ବର୍ତମାନ ସମୟରେ ପରିବେଶ ସୁରକ୍ଷା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ସମସ୍ତଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଛି. ଦିକୁ ଦିନ ଶିଳ୍ପାୟାନ, ରାସ୍ତା ଘାଟ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳର ଉନ୍ନତି ପାଇଁ ଅନେକ ମାତ୍ରରେ ପ୍ରାକୃତିକ ପରିବେଶ ନଷ୍ଟ ହେଉଥିଲା ବେଳେ ବେଆଇନ ଖଣି ଖାଦାନ ଖନନ ଯୋଗୁ ଅଧିକ ମାତ୍ରାରେ ପରିବେଶ ପ୍ରଦୂଷିତ ଏବଂ କ୍ଷତିଗ୍ରସ୍ତ ହେଉଛି. ପ୍ରାକୃତିକ ପରିବେଶ ସୃଷ୍ଟି ଏବଂ ଉତ୍ତରପୁରୁଷଙ୍କ ସୁସ୍ଥ ଜୀବନ ପାଇଁ ବୃକ୍ଷ ରୋପଣ କରିବା, ଜଙ୍ଗଲ ସୃଷ୍ଟି କରିବା,ପଲିଥିନ ବର୍ଜନ, ଧୂଆଁ ଧୂଳି ଉତ୍ପନ କରୁଥିବା କାର୍ଯ୍ୟର ମାତ୍ରାକୁ ହ୍ରାସ କରିବା ଅପରିହାର୍ଯ୍ୟ ହୋଇପଡ଼ିଥିଲା ବେଳେ ଏହାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ଉକ୍ତ ସମସ୍ୟା ଗୁଡିକୁ ତୃଣମୂଳ ସ୍ତରରୁ ଦୂରୀଭୂତ କରିବା ପାଇଁ ଏକାଠି ହୋଇଥିଲେ.ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରର ବରିଷ୍ଠ ଖବରଦାତା ଶ୍ରୀକାନ୍ତ ପରିଜା,ହୃଦାନନ୍ଦ କୋଦମାସିଂ, ଅମରେଶ ରାଉତରାୟ, ଲଳିତ ମହାରଣା,ଶୁଭ୍ରାଂଶୁ ଭଟଚାର୍ଯ୍ୟ, ବିଶ୍ୱଜିତ ସାମନ୍ତରାୟ, ବିଟୁ ମହେଶ, ଶୁଭେନ୍ଦ୍ର ଶତପଥି, ନୀଳାମ୍ବର ମିଶ୍ର, ହରିହର ନାୟକ, ସଂଜୀବ କୁମାର, ଗୌତମ ମହାରଣା, ଏମ. ଡି. ଫଜଲୁର, ଏମ. ଡି.ଇସ୍ମାଇଲ ଅଲି, ଲକ୍ଷ୍ମୀଧର ମହାକୁଡ଼ଙ୍କ ସହ ବହୁ ସଦସ୍ୟ ଖବରଦାତା ଯୋଗଦେଇଥିଲେ। ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ପରିବେଶ ସୁରକ୍ଷା ପାଇଁ ଏକାଠି ହେଲେ ଖବରଦାତା


More Stories
ହୋଲି ରେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।