କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିରାଟ ନାଗସାପ ଉଦ୍ଧାର ହୋଇଛି । 

ଗଞ୍ଜାମ (ଆମ ଓଡ଼ିଶା ଖବର )ସ୍ନେକ ହେଲ୍ପ ଲାଇନ ସଦସ୍ୟ ସନ୍ଦୀପ ସେଠୀ ପହଞ୍ଚି ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସୂଚନା ମୁତାବକ, ଶନିବାର ସକାଳେ ଜଣେ ଶିକ୍ଷକ ସ୍କୁଲ ଶୌଚାଳୟ ବ୍ୟବହାର କରିବାକୁ ଯାଉଥିଲେ। ଏହି ସମୟରେ ଶୌଚାଳୟ ଗେଟ୍ ନିକଟରେ ନାଗ ସାପଟି ବୁଲୁଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ସାପକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲପ ଲାଇନକୁ ଯୋଗାଯୋଗ କରିଥିଲେ । ସନ୍ଦୀପ ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ନାଗ ସାପଟିର ଲମ୍ବା ୫ ଫୁଟ ହୋଇଥିବା ବେଳେ ବନ ବିଭାଗର ପରାମର୍ଶକ୍ରମେ ତାକୁ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ସନ୍ଦୀପ କହିଛନ୍ତି।

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!