ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ଥାନା ଅନ୍ତର୍ଗତ ରାହାଡା ଗ୍ରାମର ଜଣେ ମହିଳାଙ୍କ ବେକରୁ ରୁପା ଚେନ ଭିଡିବା ସହ ମହିଳାଙ୍କୁ ଏକ ଛୁରୀରେ କ୍ଷତାକ୍ତ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ସହ କୋର୍ଟ ଚାଲାଣ । ସୂଚନା ଅନୁଯାୟୀ ରାହାଡା ଗ୍ରାମର ପ୍ରଭାସିନୀ ବିଶୋଇ ଏପ୍ରିଲ 23 ତାରିଖ ଦିନ ନିଜ କାଜୁ ବଗିଚାରୁ କାଜୁ ସଂଗ୍ରହ କରୁଥିବା ସମୟରେ ଷଣ୍ଢମୂଳ ଗ୍ରାମର ଫୁଲୁ ସ୍ୱାଇଁ ନାମକ ଜଣେ ଯୁବକ ଉକ୍ତ ମହିଳାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହିତ ବେକରୁ ରୁପା ଚେନକୁ ଛଡାଇ ନେବାକୁ ଚେଷ୍ଟା କରିଥିଲା । ତେବେ ଉକ୍ତ ମହିଳା ଜଣଙ୍କ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତର ଛୁରା ମାଡ଼ରେ ମହିଳାଙ୍କ ଗାଲ ଓ ବେକରେ ଗଭୀର ଆଘାତ ଲାଗିଥିଲା । ଯାହାକୁ ନେଇ ମହିଳା ଜଣଙ୍କ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବେଗୁନିଆପଡା ଥାନା କେଶ ନମ୍ବର 210/26 ଅନୁଯାୟୀ ବିଏନଏସ 25(1)A),309(6) ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବିରାଟ ନାଗସାପ ଉଦ୍ଧାର ହୋଇଛି ।
ସମାଜସେବୀ ପ୍ରସନ୍ନ ଦୋରାଙ୍କ ପରଲୋକ ।
ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗୀୟ ପାଠଚକ୍ର ଓ ବିଦାୟକାଳୀନ ସଭା ଅନୁଷ୍ଠିତ l