ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାଗପୁର ସ୍ଥିତ କୋଠଘରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ଜଳନ କରିଥିବା ବେଳେ ରକ୍ତଦାନ ଭଳି କାର୍ଯ୍ୟକ୍ରମକୁ ନେଇ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ,ବେଗୁନିଆପଡା ସାଂସଦ ପ୍ରତିନିଧି ଆଲୋକ କୁମାର ଶତପଥି,ବରିଷ୍ଠ ନେତା ଅନିଲ ପଣ୍ଡା,ବରିଷ୍ଠ ଯୁବନେତା ସୀତାରାମ ପାଣିଗ୍ରାହୀ,ଖଲ୍ଲିକୋଟ ଏନଏସି ସାଂସଦ ପ୍ରତିନିଧି ଶଙ୍କର ନାହାକ, ଯୁବନେତା ଅଜିତ ପଣ୍ଡା,ବିଭୁତି ପାଣ୍ଡୀ, ସଂଜୀବ ସାହୁ,ଶମ୍ଭୁ ପ୍ରଧାନ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବସନ୍ତ ଗୌଡ଼,କ୍ରିଷ୍ଣା ଦୋରା,ମୂଳିଆ ଜେନା ପ୍ରମୁଖ ସଂଯୋଜନା କରିଥିବା ବେଳେ ସରୋଜ ସାହୁ,ପ୍ରଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l
ସୂର୍ଯ୍ୟଙ୍କ ପ୍ରଚେଷ୍ଟାରେ କୋଦଳା ସହର ହେବ ଆଲୋକମୟ l