ବେଗୁନିଆପଡା, (ଆମ ଓଡିଶା ଖବର):ଚଳିତ ବର୍ଷ ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ କୋଦଳା ଏନଏସି ନିକଟସ୍ଥ ଦିଗାପଡା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ୫୬୨ ମାର୍କ ରଖି ବେଗୁନିଆପଡା ବ୍ଲକ ଟପ୍ପର ହୋଇଥିବା ବେଳେ କୋଦଳା ସ୍ଥିତ ପିଏମଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅର୍ଚିତା ପାଢ଼ୀ(୫୫୯ ନମ୍ବର) ଏବଂ ଲିପ୍ସା ନାୟକ (୫୫୪ ନମ୍ବର) ରଖି ଯଥାକ୍ରମେ ଉକ୍ତ ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ କୋଦଳା ଏନଏସି କାର୍ଯ୍ୟାଳୟ ପରିସରରେ କୋଦଳା ଅଧ୍ୟକ୍ଷ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ତିନି ଜଣ ଛାତ୍ରୀଙ୍କୁ ଫୁଲତୋଡ଼ା, ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । କୋଦଳା ମାଟିର ଏହି ତିନି ଜଣ ଛାତ୍ରୀଙ୍କ ସଫଳତା ନିହାତି ଅନ୍ୟ ଛାତ୍ରଛାତ୍ରୀ ଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ଅଧ୍ୟକ୍ଷ ଶ୍ରୀ ନାୟକ । ଏହି ସମ୍ବର୍ଦ୍ଧନା ଦିଆଯିବା ସମୟରେ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଦିଗାପଡା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଙ୍କ ସମେତ ଅଭିଭାବକ ଉପସ୍ଥିତ ଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l
ସୂର୍ଯ୍ୟଙ୍କ ପ୍ରଚେଷ୍ଟାରେ କୋଦଳା ସହର ହେବ ଆଲୋକମୟ l