ବେଗୁନିଆପଡା, (ଆମ ଓଡିଶା ଖବର):ଆଲୋକିତ ହେବ କୋଦଳା ସହର ତଥା ଆଖ ପାଖ ଅଞ୍ଚଳ,ଯାହାକୁ ନେଇ ବେଶ ତତ୍ପରତା ଦେଖାଇଛନ୍ତି କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ସମେତ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ । ସରକାରଙ୍କ ଗୃହ ନଗର ଉନ୍ନୟନ ବିଭାଗ ତରଫରୁ ଗ୍ରୀନ ଫିଲଡ ସ୍କିମରେ କୋଦଳା ନଗରର ଆଲୋକୀକରଣ ନିମନ୍ତେ ତିନି ଶହରୁ ଉର୍ଦ୍ଧ ପୋଲ ଏବଂ ଏଲଇଡି ବଲବ ଲାଗିବାକୁ ଥିବା ବେଳେ ଆଜି କୋଦଳା ଏନଏସି ର ଇନାମ ବେଲପଡା ଠାରେ ଏହି ବିଦ୍ୟୁତ ଖୁଣ୍ଟିକୁ ପୂଜାଵିଧି ପୂର୍ବକ ଶୁଭଦେଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକୁ କୋଦଳା ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ ଯୋଗଦେଇ ଶୁଭ ଦେଇଥିବା ବେଳେ ସ୍ଥାନୀୟ ଆଠ ନମ୍ବର ୱାର୍ଡ କାଉନସିଲର ମଧୁସୂଦନ ଜେନା,ଜିଲ୍ଲା ମିଶନ ପ୍ରାବନ୍ଧିକ ଜୋତୀନ୍ଦ୍ର କୁମାର ତ୍ରିପାଠୀଙ୍କ ସମେତ ବାର ନମ୍ବର ୱାର୍ଡ କାଉନସିଲର ପ୍ରତିନିଧି ସନ୍ତୋଷ ମିଶ୍ର, ସମାଜସେବୀ ଯଜ୍ଞ ପତିଙ୍କ ସମେତ ଗ୍ରାମବାସୀ ଯୋଗଦେଇଥିଲେ । କୋଦଳା ର ବିକାଶ ପାଇଁ ସଦା ଚେଷ୍ଟା ଜାରୀ ରଖି ଆସୁଥିବା ନଗରପାଳଙ୍କୁ ଏଥି ନିମନ୍ତେ ବେଶ ସାଧୁବାଦ ଜଣାଇଛନ୍ତି ଉକ୍ତ ୱାର୍ଡ ବାସିନ୍ଦା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l
ସର୍ଵ ଭାରତୀୟ ପେନସନର୍ସ ଫେଡେରେସନର ରାଜସ୍ଥାନ ଜୟପୁର ଠାରେ ସମ୍ମିଳନୀ -ସମସ୍ତ ସଂଗଠନ ଐକ୍ୟ ବଦ୍ଧ ପାଇଁ ଆହ୍ୱାନ l
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l