ବେଗୁନିଆପଡା, (ଆମ ଓଡିଶା ଖବର):ପଶ୍ଚିମବଙ୍ଗରେ ଗୈରିକ ଦଳର ବୃହତ ବିଜୟ ହାସଲ ପରେ ସାରା ଦେଶ ଆଜି ଖୁସି ମନାଉଥିବା ବେଳେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରଗାଁ ମଣ୍ଡଳ ପକ୍ଷରୁ ଏହି ବିଜୟର ଖୁସିକୁ ବେଶ ଧୁମଧାମରେ ପାଳନ କରିଛନ୍ତି ମଣ୍ଡଳର ଯୁବ ନେତୃବୃନ୍ଦଙ୍କ ସମେତ ବିଜେପି କର୍ମୀ । ବେଙ୍ଗଲରେ ଦୀର୍ଘ ଦିନର ମମତାଙ୍କ ଏକଛତ୍ର ବାଦ ସରକାରର ପତନ ହେବା ପରେ ସବୁ ମହଲରେ ଏବେ ଖୁସିର ମାହୋଲ । ସବୁଠି ଶୁଭିବାରେ ଲାଗିଛି ବିଜେପି ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦର ସ୍ୱର । କେବଳ ସୁମଣ୍ଡଳ ମଣ୍ଡଳ ନୁହେଁ ବରଂ ଓଡ଼ିଶାର କୋଣ ଅନୁକୋଣରେ ଏହି ବିଜୟ ଉତ୍ସବକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ବିଜେପି ନେତା ଓ କର୍ମୀ । ତେବେ ଅଙ୍ଗାରଗାଁ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ବିଜୟ ଶୋଭାଯାତ୍ରାରେ ଏକ ବାଇକ ରାଲି ବାହାରି ସୁମଣ୍ଡଳ ପରିକ୍ରମା କରିବା ସହିତ ଆତସବାଜି ଫୁଟାଇ ଏହି ବିଜୟ ଉତ୍ସବ ପାଳନ କରିଥିଲେ । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ନିର୍ଧେଶ କ୍ରମେ ଏହି ମଣ୍ଡଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଯୁବନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ପାଣ୍ଡୀ, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ଯୁବନେତା ତପନ ବିଶ୍ୱାଳ,ବସନ୍ତ ଭୂୟାଁ,ଚଦ୍ରମୋହନ ଜେନା,ନିରଞ୍ଜନ ସ୍ୱାଇଁ,ପ୍ରଦୀପ ବିଶ୍ୱାଳ, ଦିଲୀପ ସ୍ୱାଇଁ, ଶ୍ରୀଗଣେଶ ମହାପାତ୍ର, ସୁଶାନ୍ତ ପ୍ରମୁଖ ଙ୍କ ସମେତ ବହୁ ଯୁବକର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ସୂର୍ଯ୍ୟଙ୍କ ପ୍ରଚେଷ୍ଟାରେ କୋଦଳା ସହର ହେବ ଆଲୋକମୟ l
ସର୍ଵ ଭାରତୀୟ ପେନସନର୍ସ ଫେଡେରେସନର ରାଜସ୍ଥାନ ଜୟପୁର ଠାରେ ସମ୍ମିଳନୀ -ସମସ୍ତ ସଂଗଠନ ଐକ୍ୟ ବଦ୍ଧ ପାଇଁ ଆହ୍ୱାନ l
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l