ସାରା ରାଜ୍ୟରେ ମଇ ୨୦ ତାରିଖରେ ସମସ୍ତ ମେଡିସିନ ଦୋକାନ ବନ୍ଦ ରହିବ।

ଓଡିଶା: “ଆମ ଓଡିଶା ଖବର” ସାରା ରାଜ୍ୟରେ କାଲି ବନ୍ଦ ରହିବ ଔଷଧ ଦୋକାନ। ଅନଲାଇନ ଔଷଧ ବିକ୍ରି ପ୍ରତିବାଦରେ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କିନ୍ତୁ ଅତି ଆବଶ୍ୟକ କ୍ଷେତ୍ରରେ ଔଷଧ କେଉଁଠି ମିଳିପାରିବ ସେନେଇ ସାଧାରଣ ଲୋକ ମାନେ ଏବେ ଦ୍ୱନ୍ଦ୍ୱରେ। ଓଡ଼ିଶାରେ ଏହି ବନ୍ଦ ଡାକରାରେ ସାମିଲ ହେବେ ୩୫ ହଜାରରୁ ଅଧିକ ଔଷଧ ଦୋକାନୀ। କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍‌ଲାଇନ୍‌ରେ ଦେବାକୁ ଅନୁମତି ପ୍ରଦାନ କରିଥିଲେ। ହେଲେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ନିୟମ ପ୍ରତ୍ୟାହାର କରିନାହାନ୍ତି। ଏହାକୁ ବିରୋଧ କରି କାଲି ରାଜ୍ୟରେ ବନ୍ଦ ହେବାକୁ ଯାଉଛି ୩୫ ହଜାର ଔଷଧ ଦୋକାନ। କିନ୍ତୁ ଜରୁରୀକାଳୀନ ପରିସ୍ଥିତିରେ ମେଡିସିନର ଆବଶ୍ୟକ ପଡିଲେ କେଉଁଠିକି ଯିବେ? ଜାଣିରଖନ୍ତୁ। ତେବେ ଜରୁରୀ ସ୍ଥିତି ପାଇଁ ହସ୍ପିଟାଲରେ ଥିବା ଔଷଧ ଦୋକାନ ଖୋଲା ରହିବ। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!