ରାୟଗଡ଼ରେ ‘ସି ଏମ୍ ଟ୍ରଫି ୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ’ ଉଦଯାପିତ: ବିଜେତା କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ଅତିରିକ୍ତ ଜିଲ୍ଲାପାଳ।

ରାୟଗଡ଼ (୨୦/୦୫): ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ “ସିଏମ୍ ଟ୍ରଫି ୨୦୨୬ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ – ପ୍ରତିଭା ଅନେକ, ଲକ୍ଷ୍ୟ ଏକ – ପଡ଼ିଆରୁ ପୋଡ଼ିୟମ” ର ଅନ୍ତଃ ଜିଲ୍ଲା ସ୍ତରୀୟ ଫୁଟବଲ, ଖୋ-ଖୋ, କବାଡି ଏବଂ ଭଲିବଲ ଚାମ୍ପିୟନ୍ ସିପ୍-୨୦୨୬ର ଉଦଯାପନୀ ଏବଂ ପୁରସ୍କାର ବିତରଣୀ ସମାରୋହ ଅତ୍ୟନ୍ତ ଉତ୍ସାହ ସହକାରେ ସ୍ଥାନୀୟ ପି.ଏମ.ଶ୍ରୀ ଜି ସି ଡି ଉଚ୍ଚ ବିଦ୍ୟାଳୟ ଠାରେ ସମ୍ପନ୍ନ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ୱାର୍କସ କ୍ଲବର ସଭ୍ୟ ଶ୍ରୀ ଏସ.ଏନ. ସ୍ୱାଇଁ, ମାନବ ଅଧିକାର ଆୟୋଗ ରାୟଗଡ଼ର ସଭାପତି ଶ୍ରୀ ଗୌରୀ ପ୍ରଧାନୀ ଏବଂ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ସାଧୁବାଦ ଜଣାଇବା ସହ ଜିଲ୍ଲାର କ୍ରୀଡ଼ା ବିକାଶ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର ସମସ୍ତ ଅତିଥି ଓ କ୍ରୀଡ଼ାବିତଙ୍କୁ ସ୍ଵାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ମୁଖ୍ୟ ସଂଯୋଜକ ଭାବେ ଶ୍ରୀ ମନୋଜ କୁମାର ନାୟକ ସଫଳତାର ସହ ପରିଚାଳନା କରିଥିଲେ।

ଏହି ପ୍ରତିଯୋଗିତାରେ ବିଭିନ୍ନ ଦଳ ଉନ୍ନତ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଫୁଟବଲ ବାଳିକା ବିଭାଗରେ ମା’ ମାଝୀଗୌରୀ FC ଚାମ୍ପିୟନ୍ ଏବଂ ରାୟଗଡ଼ FC ରନର୍ସଅପ୍ ହୋଇଥିବା ବେଳେ ବାଳକ ବିଭାଗରେ ଏମ୍.ଏମ୍.ଜି. FC ବିଜେତା ଓ ରାୟଗଡ଼ା ୟୁନାଇଟେଡ୍ ରନର୍ସଅପ୍ ହୋଇଛନ୍ତି। କବାଡି ବାଳକରେ ବିଜାପୁର ଚାମ୍ପିୟନ୍ ଓ ଏମ୍.ଏମ୍.କେ.ସି ରନର୍ସଅପ୍ ହୋଇଥିବା ବେଳେ ବାଳିକା ବିଭାଗରେ ପାହାଡ଼ିଆନ୍ ଦଳ ବିଜେତା ଏବଂ ନାଗାବଳୀ ଦଳ ରନର୍ସଅପ୍ ବିବେଚିତ ହୋଇଛନ୍ତି। ଖୋ-ଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍ ଚାମ୍ପିୟନ୍ ଓ ଲାଲବାହାଦୁର ଟିମ୍ ରନର୍ସଅପ୍ ହୋଇଥିବା ସ୍ଥଳେ ବାଳିକା ବିଭାଗରେ ମା’ ମାଝୀଗୌରୀ ଟିମ୍ ଚାମ୍ପିୟନ୍ ଏବଂ ଲକ୍ଷ୍ମୀବାଈ ଟିମ୍ ରନର୍ସଅପ୍ ଆଖ୍ୟା ଲାଭ କରିଛନ୍ତି। ସେହିପରି ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ HS ବିଜେତା ଗୌରବ ହାସଲ କରିଥିବା ବେଳେ, ବାଳକରେ ଗୁଣୁପୁର ଏବଂ ବାଳିକାରେ କୋତାପେଟା ଦଳ ରନର୍ସଅପ୍ ହୋଇଛନ୍ତି। ଏହି ଖେଳଗୁଡ଼ିକୁ ବନିତା ହିମିରିକା, ରହନ୍ତି ସରକା, ରେବତୀ ପิଡିସିକା, ସଦାଶିବ ହିକାକା ଏବଂ ପ୍ରକାଶ ମାଛଖଣ୍ଡ ପ୍ରମୁଖ ଖେଳ ପରିଚାଳନା ଅଧିକାରୀ (Officials) ଭାବେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଉତ୍ସବ ଶେଷରେ ଅତିଥିମାନଙ୍କ ଦ୍ଵାରା ସମସ୍ତ ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!