ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ, ପ୍ରଥମ ମ୍ୟାଚରେ କଦମ୍ବଦ୍ୱାର ସାହିର ବିଜୟ।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର, ୨୦/୦୫(ଆପ୍ର): ସ୍ଥାନୀୟ ଅଞ୍ଚଳରେ ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ (କେପିଏଲ)ର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଶିବ ମନ୍ଦିର ଠାରୁ ଖେଳାଳି ଓ କମିଟି ସଦସ୍ୟମାନେ ଶୋଭାଯାତ୍ରାରେ ବାହାରି ଭୁଦାନ କ୍ରିକେଟ ପଡିଆରେ ପହଞ୍ଚିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିଳାଷ ମହାନନ୍ଦୀଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣେଷ ରାଉତ, କାମେଶ୍ୱର କାରକରିଆ, ପଦ୍ମନ ଭତ୍ରା ଓ ଦୀପକ କୁମାର ପରିଡା ଓ ଗୁରୁ କୌଶଲ୍ୟା ଉପସ୍ଥିତ ଥିଲେ। ଖେଳପ୍ରେମୀଙ୍କ ବ୍ୟାପକ ଉପସ୍ଥିତି ଓ ଉତ୍ସାହ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଦିନ ଗୋଟିଏ ମ୍ୟାଚ ଖେଳାଯିବ ଓ କୋଡିଏ ଦିନ ଧରି ଖେଳ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ଉଦ୍‌ଘାଟନୀ ମ୍ୟାଚରେ କଦମ୍ବଦ୍ୱାର ସାହି ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ରୋକଷ୍ଟାର ଇଲେଭେନ ଦଳ ୧୨ ଓଭରରେ ୬ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲା। ଜବାବରେ କଦମ୍ବଦ୍ୱାର ସାହି ଦଳ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ୭ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା।

ମ୍ୟାଚକୁ ମୁଖ୍ୟ ଏମ୍ପାୟାର ଭାବେ ମଧୁ କରକରିଆ ଓ ସତୀଶ କୁମାର ଦଣ୍ଡସେନା ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋର ବୁକ୍‌ରେ ଅଜୟ କୁମାର କାଡାରି ଦାୟିତ୍ୱ ନିର୍ବାହ କରିଥିଲେ। ଖେଳଟିକୁ ଦେବ ହିଆଲ ସଫଳତାର ସହ ପରିଚାଳନା କରିଥିଲେ।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!