ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର): ଅଧ ରାତିରେ ମାତିଲେ ଚୋର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡିଖୋଲ ଦଣ୍ଡକାଳୀ ମନ୍ଦିରରୁ ଗତକାଲି ରାତିରେ କଳାକନା ବୁଲାଇଲେ ଚୋର । ଭକ୍ତ ଦାନ ଦେଉଥିବା ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିଛନ୍ତି ଟଙ୍କା । ଏମିତିକି ଚୋର ଦଳ ମନ୍ଦିର ହୁଣ୍ଡିକୁ ଶାବଳରେ ତାଡ଼ି ଟଙ୍କା ଲୁଟିନେଇଛନ୍ତି । ଆଜି ସକାଳେ ମନ୍ଦିର ପୂଜାରୀ ପ୍ରଥମେ ଏସବୁ ଦେଖି ଲୋକଙ୍କୁ ଡାକିବା ସହ ମନ୍ଦିର କମିଟିକୁ ଜଣାଇଥିଲେ । ଖବର ଲେଖିବା ଯାଏଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।


More Stories
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
Prof. Dr. Sanatan Behera caught taking bribe in vigilance net