ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର): ଅଧ ରାତିରେ ମାତିଲେ ଚୋର । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡିଖୋଲ ଦଣ୍ଡକାଳୀ ମନ୍ଦିରରୁ ଗତକାଲି ରାତିରେ କଳାକନା ବୁଲାଇଲେ ଚୋର । ଭକ୍ତ ଦାନ ଦେଉଥିବା ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିଛନ୍ତି ଟଙ୍କା । ଏମିତିକି ଚୋର ଦଳ ମନ୍ଦିର ହୁଣ୍ଡିକୁ ଶାବଳରେ ତାଡ଼ି ଟଙ୍କା ଲୁଟିନେଇଛନ୍ତି । ଆଜି ସକାଳେ ମନ୍ଦିର ପୂଜାରୀ ପ୍ରଥମେ ଏସବୁ ଦେଖି ଲୋକଙ୍କୁ ଡାକିବା ସହ ମନ୍ଦିର କମିଟିକୁ ଜଣାଇଥିଲେ । ଖବର ଲେଖିବା ଯାଏଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।
More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l