ରିପୋର୍ଟ :ଅଜିତ କୁମାର ଭାତ୍ରା
ରାୟଗଡ଼ା (ଆମ ଓଡ଼ିଶା ଖବର )ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ପଞ୍ଚାୟତ ଅନ୍ତର୍ଗତ ଫୁଲଜୁବା ଛକରେ ଦୁଇ ସାଙ୍ଗ ମଧ୍ୟରେ 25 ହଜାର ଟଙ୍କା ପାଈଁ ସାମାନ୍ୟ ଯୁକ୍ତିତର୍କ ରେ ଜଣକ ମୃତ୍ୟୁ ଘଟିଛି।
ଗତ ଚଳିତ ମାସ 15 ତାରିଖ ଦିନ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରେ ଅଟୋ ଚାଳକ ବଳରାମ ଖରାଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଘଟଣାର ପର୍ଦ୍ଧାଫାଶ କଲା ଟିକିରି ପୋଲିସ। ଏହି ହତ୍ୟା ମାମଲା କୁ ନେଇ ଚଳିତ ମାସ 24 ତାରିଖ ରାତ୍ର ୮ ଘଣ୍ଟିକା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ଏସ.ସ୍ଵାତୀ କୁମାର ସୂଚନା ଦେଇଛନ୍ତି ଯେ ମୃତକ ବଳରାମ ଖରା ଗତ ଅଗଷ୍ଟ ମାସରେ ଅଣ୍ଡରାକଞ୍ଚ ଥାନା ଅନ୍ତର୍ଗତ ଝରିଗାଁ ଗ୍ରାମର ରମେଶ ଝୋଡ଼ିଆ ଦୁଇଜଣ ସାଙ୍ଗଥିଲେ ଏବଂ ତାଙ୍କଠାରୁ ୨୫ ହଜାର ଟଙ୍କା ଧାର ଆଣିଥିଲା। ବାରମ୍ବାର ମାଗିବାପରେ ମଧ୍ୟ ନଦେବାରୁ ୨ଜଣଙ୍କ ମଧ୍ୟରେ ଝୋଗଡା ହୋଇଥିଲା। ଗତ ୪ତାରିଖ ଦିନ ରାତି ରେ ନୂଆପଡା ଛୋକରେ ଅଭିଯୁକ୍ତ ଛିଡାହୋଇଥିବା ବେଳେ ମୃତକ ୨ଜଣ ପାସିଞ୍ଜର କୁ ନେଇ ଯାଉଥିବା ସମୟର ମୁଁ ମଧ୍ୟ ଯିବି କହି ଓଟରେ ଯାଇଥିଲା।ପାସିଞ୍ଜର କୁ ସିଙ୍ଗାରାମ ଷ୍ଟେସନରେ ଛାଡିକି ଆସିବା ସମୟରେ ଫୁଲଜବା ଛୋକ ରେ ପୁଣିଥରେ ବାକିଟଙ୍କାକୁ ନେଇ ଝୋଗଡା ହେବାରୁ ଉତକ୍ଷିତ ହୋଇ ପୂର୍ବରୁ କିଣିକି ଲୁଚେଇ ରଖିବାକୁ ଛୁରିରେ ମୃତକଙ୍କୁ ୧୮ଥର ଛୁରି ଭୁସିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ ଘଟିଥିଲା।ଏହି ଘୋଟଣା କୁ ଗୁରୁତ୍ବ ନେଇ ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତି ଙ୍କ ନେତୃତ୍ଵରେ ଟିକିରି ଆଇଆଇସି ବିଶ୍ଵବନ୍ଦିନି ବାଗ, ଏସ ଆଇ ମନୋଜ ଜେନା ଓ ଅନ୍ୟ କର୍ମଚାରୀ ଙ୍କୁ ନେଇ ଏକ ଟିମ ବିଭିନ୍ନ ଦିଗକୁ ଏବଂ ଡିଜିଟାଲ ଏଭିଡେନ୍ସ ଓ ସିସିକେମେରା ଫୁଟେଜକୁ କେନ୍ଦ୍ରକରି ବହୁତ ପରିଶ୍ରମରେ ଏହି ଅପରାଧି ଙ୍କୁ ଧରି ତାଙ୍କ ଠାରୁ ମୃତକଙ୍କ ୨ଟି ଏଟିମ କାର୍ଡ,ପର୍ସ ଏବଂ ଏକ ଛୁରି ଜବତ କରି ଟିକିରି ଥାନାରେ କେସ ନଂ ୨୪୦ତା୧୫/୧୨/୨୪ୟୁଏସ ୧୦୩(୧)ବିଏନ ଏସ ରେ ରୁଜୁକରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀ ରେ ରାୟଗଡା ଏସପି ଏସ ସ୍ବାତୀ କୁମାର, ରାୟଗଡ ଏସଡିପିଅ ରଶ୍ମିରଞ୍ଜନ ସେନାପତି ଟିକିରି ଥାନା ଅଧିକାରୀ ବିଶ୍ଵବନ୍ଦିନୀ ବାଗ, ଏସ ଆଇ ମୋନଜ ଜେନା ଏଏସ ଆଇ ନରେସ ରାଉଳ ଉପସ୍ଥିତ ଥିଲେ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.