ଖୋର୍ଦ୍ଧା (ଆମ ଓଡ଼ିଶା ଖାବର ) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ କୁହୁଡି ଗ୍ରାମପଞ୍ଚାୟତ ରତନପୁର ଗ୍ରାମର ଯୁବ ବ୍ୟବସାୟୀ ସୁକାନ୍ତ କୁମାର ଭୁଜବଳ (ଗଣେଶ)ଙ୍କ ୪୮ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି । ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତ୍ର ୮ଟା ୩୦ରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କରିଥିଲେ । ସ୍ବର୍ଗତ ଗଣେଶ ପିତା ବେଣୁଧର ଭୁଜବଳ ମାତା ମାଳତୀ ଭୁଜବଳଙ୍କ ଠାରୁ ୧୫/୦୫/୧୯୭୬ମସିହାରେ ଜନ୍ମ ଗ୍ରହଣ କରିଥିଲେ ।ପିଲାଟି ଦିନରୁ ଭଲ ପାଠପଢି ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ରେ ଜଣେ ଉତ୍ତମ ବିଜ୍ଞାନ ଛାତ୍ର ଭାବେ ଗଣିତ ବିଭାଗରେ ୧୯୯୫ ମସିହାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ପରବର୍ତ୍ତୀ ସମୟରେ ଚାନ୍ଦପୁର ଠାରେ ନିଜର ଦକ୍ଷତା ବଳରେ କେବୁଲ ଅପରେଟର ଭାବେ ଚାନ୍ଦପୁର , ଟାଙ୍ଗୀ ,କୁହୁଡି ଅଞ୍ଚଳରେ ଜନ ସାଧାରଣ ମାନଙ୍କୁ ଟିଭି ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ଖୋରାକ ଯୋଗାଇ ଆସୁଥିଲେ । ରାଜ୍ୟ କେବୁଲ୍ ଆପରେଟର ମହା ସଂଘର ସହ ସମ୍ପାଦକ ଭାବେ କାର୍ଯ୍ୟ କରି କେବୁଲ୍ ଅପରେଟର ମାନଙ୍କୁ ଅତି ସରଳତାରେ ବୁଝାଇ ଏକତ୍ରିତ କରାଇ ଦ୍ଵନ୍ଦ ଗୁଡ଼ିକୁ ଦୂରୀଭୂତ କରିଥିଲେ ।ସେ ନିଜର ବ୍ୟବସାୟ ବନ୍ଧୁ ମାନଙ୍କୁ ଉଚିତ୍ ମାର୍ଗ ଦର୍ଶାଇଥିଲେ। ନିଜର ବ୍ୟବସାୟରେ ଲୋକମାନଙ୍କ ସେବା କ୍ଷେତ୍ରରେ ନିଖୁଣ ଭାବେ ତାଙ୍କର ଦାୟିତ୍ଵ ନିଭାଇଛନ୍ତି । ସେ ଜଣେ ମିଷ୍ଟା ଭାଷୀ , ପରୋପକାରୀ , ବନ୍ଧୁବତ୍ସଳ, ଲୋକପ୍ରିୟ , ମେଳାପି , ଦରଦୀ ଯୁବକ ଥିଲେ । ମୃତ୍ୟୁ ବେଳକୁ ତାଙ୍କର ଦୁଇ ଛୋଟ ଛୋଟ ଝିଅ ବଡ଼ ଝିଅ ସୁଶ୍ରୀ ସସ୍ମିତା ଭୁଜବଳ ୧୭ବର୍ଷ ଓ ସାନ ସାଇଶ୍ରି ବିଜୟଲକ୍ଷ୍ମୀ ଭୁଜବଳ ୭ବର୍ଷ ବଡ଼ ଭାଇ ସହିତ ବନ୍ଧୁ ପରିଜନ ନିକଟରେ ଉପସ୍ଥିତ ଥିଲେ । ତାଙ୍କର ପ୍ରାଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଶ୍ମଶାନରେ ଶବଦାହ କରାଯାଇଥିଲା ।

ସାନଭାଇ ଭାଇ ସୁଶାନ୍ତ କୁମାର ଭୁଜବଳ , ପୁତୁରା ସନ୍ତୋଷ ଭୁଜବଳ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ଭୁଜବଳଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ରଣପୁର ମଧୁ ସୁଦନ ମିଶ୍ର , ସୁରେଶ କୁମାର ପୃଷ୍ଟି , ନୟାଗଡ ଶ୍ରୀଧର ନାୟକ , କୈଳାସ ନାୟକ ସିକୋ ବାବୁଲି ବାରିକ , ସାମ୍ବାଦିକ ପ୍ରସନ୍ନ କୁମାର ସ୍ବାଇଁ ,ସ୍ଥାନୀୟ ଚାନ୍ଦପୁର ଦିଲୁ ରାମ , ଲଲାଟେନ୍ଦୁ ବେହେରା , ବବୁଆ ନାଥ , ଟୁଟୁ ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହିତ ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l