ରାୟଗଡ଼ (ଆମ ଓଡ଼ିଶା ଖାବର )୨୪ ଜାନୁଆରୀ ୨୦୨୫: ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବେଟି ବଚାଓ ବେଟି ପଢ଼ାଓ ଯୋvଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି I ଅଙ୍ଗନବାଡି କେନ୍ଦ୍ର ସ୍ତରରେ, ଗ୍ରାମ ସ୍ତରରେ, ବିଦ୍ୟାଳୟ ସ୍ତରରେ, ଗ୍ରାମ ସଭା ଆୟୋଜନ ମାଧ୍ୟମରେ ଓ ଜିଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିର କରାଯାଇଛି I କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆଜି ୫ଟି କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା କରାଯାଇଥିଲା I କିଶୋରୀ ବାଳିକା, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀ ଏବଂ ହାଇସ୍କୁଲର ଛାତ୍ରୀ ମାନଙ୍କୁ ନେଇ ଏକ ସାଇକେଲ ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା I
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମିନତୀ ଦେଓ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠି, ଡେପୁଟି ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସୁରକ୍ଷା ଅଧିକାରୀ ପ୍ରତିମା ଦାସ, ବରିଷ୍ଠ ରାଜସ୍ବ ସହାୟକ ସୂର୍ଯ୍ୟ ନାରାୟଣ ନାୟକ, ଆକ୍ସନ ଏଡ଼ର ବାଲ୍ୟ ବିବାହ ନିଷେଧ ଜିଲ୍ଲାପରାମର୍ଶ ଦାତା ରତନେଶ୍ୱର ସାହୁ, ଆଇନ ପରାମର୍ଶ ଦାତା ନିରାକାର ପାଢ଼ୀ, ଅରୁଣା ସଂଗଠନର ପରାମର୍ଶ ଦାତା ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ I ଏହାପରେ ରାଲି ମହିଳା ମହାବିଦ୍ୟାଳୟ ଠାରେ ପହଂଚିଥିଲା ତାପରେ ସେଠାରେ ରଙ୍ଗୋଲି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା I ଏହି ସମୟରେ କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା I
ମହିଳା ମହାବିଦ୍ୟାଳୟ ପରିସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା I ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ବାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଏହି କାର୍ଯ୍ୟକ୍ରମରେ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓ ସୁରକ୍ଷା ପାଇଁ ଯୋଜନା କରିଥିବା ବିଷୟରେ ଆଲୋଚନା କରିଥିଲା ବେଳେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷI ଓ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷI ପ୍ରମୁଖ ଯୋଗ ଦେଇଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତେ କନ୍ୟା ସନ୍ତାନର ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ I
କାର୍ଯ୍ୟକ୍ରମକୁ ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ I ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦାସ ମହିଳା ମହାବିଦ୍ୟାଳୟ ଓ ରାୟଗଡ଼ ସ୍ୱୟଂ ଶାଶିତ ମହାବିଦ୍ୟାଳୟ, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ଓ ଅଧ୍ୟାପକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
ରାୟଗଡ଼ା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡ଼ିଶା ଖାବର


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।