ରାୟଗଡ଼ା (ଆମ ଓଡ଼ିଶା ଖାବର )ମନ୍ଦିର କମିଟି ର ନିଷ୍ପତି କ୍ରମେ, ସକାଳ ୯ ଘଟିକା ସମୟ ରୁ ହୁଣ୍ଡୀ ଖୋଲିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୋଲିସ ଙ୍କ କଡା ସୁରକ୍ଷା ରେ ଗୋଟେ ପରେ ଗୋଟେ ହୁଣ୍ଡୀ ଖୋଲାଯାଇଥିଲା। ୯ଟି ହୁଣ୍ଡୀ ଖୋଲା ଯାଇଥିବା ସୂଚନା ମିଳିଛି। ବ୍ୟାଙ୍କ ସଦସ୍ୟ, ମନ୍ଦିର କମିଟି ମେମ୍ବର ଙ୍କ ର ତତ୍ୱାବଧାନ ରେ ଗଣତି କାର୍ଯ୍ୟ ସୁରୁଖୁରୁରେ ରେ ସମ୍ପାଦିତ ହୋଇ ଚାଲିଥିଲା ।

ସବୁ ଥର ଭଳି ଏଥର ମଧ୍ୟ ଭକ୍ତଗଣ ମା’ ଙ୍କୁ ଖୋଲା ହସ୍ତ ରେ ସଦ ହୃଦୟ ର ସହ ଦାନ କରିଥିବା ଦେଖିବାକୁ ମିଳିଛି। ୧୫୦ ରୁ ଉର୍ଦ୍ଧ ସ୍ବେଛାସେବୀ ମହିଳା ଏବଂ କମିଟି ସଦସ୍ୟ ମାନଙ୍କ ଦ୍ଵାରା ଗଣତି କାର୍ଯ୍ୟ ହୋଇଥିଲା। ଗତ ଥର ଜୁଲାଇ ମାସ ୨୦୨୪ ରେ ହୁଣ୍ଡିରୁ ସଂଗ୍ରହ ହୋଇଥିଲା ୯୯ ଲକ୍ଷ ଟଙ୍କା, ୨ କେଜି ରୂପା ଓ ୫୩ ଗ୍ରାମ ସୁନା ।

ସେହି ଭଳି ୬ ମାସ ବ୍ୟବଧାନ ରେ ଜାନୁଆରୀ ୨୭/୨୦୨୫ ସୋମବାର ଦିନ ଖୋଲା ଯାଇଥିବା ନଅ ଟି ହୁଣ୍ଡୀ ରୁ ସୁନା ୯୩ ଗ୍ରାମ ୧ ମିଲି ଗ୍ରାମ , ରୁପା ୨କେଜି ୧୭୦ ଗ୍ରାମ ସହ ବୈଦେଶିକ ମୁଦ୍ରା ଆମେରିକାନ ୨୦ ଡଲାର,୧୦ ଡଲାର,୧ ଡଲାର, (କାତାର )ଏବଂ ତା ସହ (ଓମାନ) ଦେଶ ର କ୍ରମାଗତ ଭାବେ ୧ ରୀୟଲ,୧୦୦ ବାଇସ ବୈଦେଶିକ ମୁଦ୍ରା ଦେଖିବାକୁ ମିଳିଛି। ହୁଣ୍ଡୀ ରୁ ବାହାରିଛି ୯୪,୪୯,୦୫୪ ଚଉରାନବେ ଲକ୍ଷ ଅଞ୍ଚସ ହଜାର ଚଉବନ ଟଙ୍କା।
ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଆମ ଓଡ଼ିଶା ଖାବର
More Stories
୬୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ।
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର।
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ l