ରାୟଗଡ଼ା (ଆମ ଓଡ଼ିଶା ଖାବର )ମନ୍ଦିର କମିଟି ର ନିଷ୍ପତି କ୍ରମେ, ସକାଳ ୯ ଘଟିକା ସମୟ ରୁ ହୁଣ୍ଡୀ ଖୋଲିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୋଲିସ ଙ୍କ କଡା ସୁରକ୍ଷା ରେ ଗୋଟେ ପରେ ଗୋଟେ ହୁଣ୍ଡୀ ଖୋଲାଯାଇଥିଲା। ୯ଟି ହୁଣ୍ଡୀ ଖୋଲା ଯାଇଥିବା ସୂଚନା ମିଳିଛି। ବ୍ୟାଙ୍କ ସଦସ୍ୟ, ମନ୍ଦିର କମିଟି ମେମ୍ବର ଙ୍କ ର ତତ୍ୱାବଧାନ ରେ ଗଣତି କାର୍ଯ୍ୟ ସୁରୁଖୁରୁରେ ରେ ସମ୍ପାଦିତ ହୋଇ ଚାଲିଥିଲା ।

ସବୁ ଥର ଭଳି ଏଥର ମଧ୍ୟ ଭକ୍ତଗଣ ମା’ ଙ୍କୁ ଖୋଲା ହସ୍ତ ରେ ସଦ ହୃଦୟ ର ସହ ଦାନ କରିଥିବା ଦେଖିବାକୁ ମିଳିଛି। ୧୫୦ ରୁ ଉର୍ଦ୍ଧ ସ୍ବେଛାସେବୀ ମହିଳା ଏବଂ କମିଟି ସଦସ୍ୟ ମାନଙ୍କ ଦ୍ଵାରା ଗଣତି କାର୍ଯ୍ୟ ହୋଇଥିଲା। ଗତ ଥର ଜୁଲାଇ ମାସ ୨୦୨୪ ରେ ହୁଣ୍ଡିରୁ ସଂଗ୍ରହ ହୋଇଥିଲା ୯୯ ଲକ୍ଷ ଟଙ୍କା, ୨ କେଜି ରୂପା ଓ ୫୩ ଗ୍ରାମ ସୁନା ।

ସେହି ଭଳି ୬ ମାସ ବ୍ୟବଧାନ ରେ ଜାନୁଆରୀ ୨୭/୨୦୨୫ ସୋମବାର ଦିନ ଖୋଲା ଯାଇଥିବା ନଅ ଟି ହୁଣ୍ଡୀ ରୁ ସୁନା ୯୩ ଗ୍ରାମ ୧ ମିଲି ଗ୍ରାମ , ରୁପା ୨କେଜି ୧୭୦ ଗ୍ରାମ ସହ ବୈଦେଶିକ ମୁଦ୍ରା ଆମେରିକାନ ୨୦ ଡଲାର,୧୦ ଡଲାର,୧ ଡଲାର, (କାତାର )ଏବଂ ତା ସହ (ଓମାନ) ଦେଶ ର କ୍ରମାଗତ ଭାବେ ୧ ରୀୟଲ,୧୦୦ ବାଇସ ବୈଦେଶିକ ମୁଦ୍ରା ଦେଖିବାକୁ ମିଳିଛି। ହୁଣ୍ଡୀ ରୁ ବାହାରିଛି ୯୪,୪୯,୦୫୪ ଚଉରାନବେ ଲକ୍ଷ ଅଞ୍ଚସ ହଜାର ଚଉବନ ଟଙ୍କା।
ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଆମ ଓଡ଼ିଶା ଖାବର


More Stories
ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ।
ନିୟମଗିରିର ଦୁର୍ଗମ ଅଞ୍ଚଳରେ ରାୟଗଡ ଜିଲ୍ଲା ପ୍ରଶାସନ: ଡୋଙ୍ଗରିଆ କନ୍ଧ ସମ୍ପ୍ରଦାୟଙ୍କୁ ଭୋଟର ତାଲିକା ସଂଶୋଧନ ପାଇଁ ଏନ୍ୟୁମେରେସନ ଫର୍ମ ବଣ୍ଟନ ।
ଅବସର ଦିବସରେ ରାୟଗଡ଼ ବିଇଓ ପ୍ରଦାନ କଲେ ଚୂଡାନ୍ତ ପେନସନ, ଶିକ୍ଷକ ସଂଘ ଖୁସ୍।