ଖୋର୍ଦ୍ଧା 🙁 ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସିକ୍ଷାଧିନ ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବରିଷ୍ଠ ଶିକ୍ଷକ ତଥା ବହୁ ଶିକ୍ଷାନୁଷ୍ଠାନର ନିର୍ମାତା ଶ୍ରୀଯୁକ୍ତ କାଳି କୁମାର ଜୟସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବୋଲଗଡ଼ ନୂତନ ତହସିଲଦାର ଭାବେ ଯୋଗ ଦେଇଥିବା ଶ୍ରୀଯୁକ୍ତ ବିଜୟ କୁମାର ସେଠୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବୋଲଗଡ଼ ବ୍ଲକର ଶିକ୍ଷା,ସାମାଜିକ,ଅର୍ଥର୍ନୈତିକ,କୃଷିଭିତ୍ତିକ ଆଦି କ୍ଷତ୍ରରେ ସମସ୍ୟା ଉପରେ ଅବଗତ କରାଇଥିଲେ । ତେବେ ସମସ୍ଯା ଗୁଡ଼ିକର ସମାଧାନ ପାଇଁ ସବୁ ପ୍ରକାର ସହଯୋଗ କରିବା ପାଇଁ ତହସିଲଦାର ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ମହାସଂଘର ସମ୍ପାଦକ ବୈକୁଣ୍ଠ ମହାରଣା, ଉପ ସଭାପତି ଦିବାକର ପରମଗୁରୁ, ଶିକ୍ଷକ ଲଛମନ ପରିଡ଼ା, ଦୁର୍ଯ୍ଯୋଧନ ପରିଡ଼ା, ସୁରେଶ କୁମାର ଭଟ୍ଟ ଓ ଆଇନଜୀବୀ ଗୌରୀ ଦେବୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା


More Stories
ଦିବ୍ୟଦର୍ଷି ଦିବାକର” ସାରସ୍ଵତ ସାଧକ ସ୍ବର୍ଗତ ଦିବାକର ବିଶ୍ଵାଳଙ୍କ ୯୬ତମ ଜନ୍ମୋତ୍ସବ ପାଳନ l
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।