ରାୟଗଡା(ଆମ ଓଡିଶା ଖବର )/୪/୦୨/୨୫ : ରାୟଗଡା ଜିଲ୍ଳାରେ ଆଉଜଣେ ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ଶ୍ରୀ ନବୀନ ଚନ୍ଦ୍ର ନାୟକ , ଓ. ପ୍ର. ସେ(ବ. ପ୍ର. ପା )ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ନିହାର ରଞ୍ଜନ କହଁର ଦୁଇଟି ଦାୟିତ୍ୱ ତୁଲାଉଥିଲେ l ନୂତନ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଯୋଗଦାନ ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନlୟକଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ନାୟକ ଏଥି ପୂର୍ବରୁ ନବରଙ୍ଗପୁର ଜିଲ୍ଳାରେ ଅତିରିକ୍ତ ଜିଲ୍ଲାପାଳ ଭାବେ ପାଖାପାଖି ଏକବର୍ଷ ଛଅ ମାସ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇଥିଲେ । ବର୍ତମାନ ରାୟଗଡା ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ଓ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର.
More Stories
ଓଡିଶା ଡ୍ରାଇଭର ମହାସଂଘ୍ ବୋଲଗଡ ଶାଖା ପକ୍ଷରୁ ଷ୍ଟିୟରିଙ୍ଗି ଛାଡ଼ ଆନ୍ଦୋଳନ ।
DR. SIBA PRASAD SETHI,MO,CHC,KUJANGJAGATSINGHPUR AND HIS ASSOCIATE SRI SURYA NARAYAN CHOUDHURY NABBED BY ODISHA VIGILANCE WHILE TAKING BRIBE RS 10,000/- FOR ISSUANCE OF FAVOURABLE POST MORTEM REPORT.
ଶୁଦ୍ଧପୂତ ରନ୍ଧନ କିପରି କରାଯାଏ, ସେହି ରନ୍ଧନ ଖାଦ୍ୟ ଶରୀରରେ କିଭଳି କ୍ରିୟାଶୀଳ କରେ।