ରାଜ୍ୟ ପୋଲିସ୍ କ୍ରିକେଟ୍ ଦଳରେ ଖୋର୍ଦ୍ଧାର ଅସିତ୍ କୁମାର ଦାସ ମନୋନୀତ ।

ଖୋର୍ଦ୍ଧା: (ଆମ ଓଡ଼ିଶା ଖବର ) ନିଜର କର୍ମଦକ୍ଷତା ପାଇଁ ରାଜ୍ୟ ପୋଲିସ ଟିମ୍ କୁ ମନୋନୀତ ହେଲେ ଖୋର୍ଦ୍ଧାର ପୋଲସ କନେଷ୍ଟବଳ ଅସିତ୍ କୁମାର ଦାସ । ଖୋର୍ଦ୍ଧା ଉପର ସାହି ର ପ୍ରତାପ କୁମାର ଓ ମମତା ଦାସ ଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଅସିତ୍ । ପିଲାଟି ଦିନରୁ ଖେଳ ପ୍ରତି ତାଙ୍କର ଥିଲା ରୁଚି । ବିଭିନ୍ନ ସ୍ଥାନରେ ଆୟୋଜିତ କ୍ରିକେଟ୍ ଖେଳରେ ବିଭିନ୍ନ ଦଳ ରେ ସାମିଲ ହୋଇ ନିଜର ଦକ୍ଷତା ପ୍ରଦର୍ଶନ କରୁଥିଲେ । ତାଙ୍କର ଚେଷ୍ଟା, ନିଷ୍ଠା , କର୍ମଦକ୍ଷତାରେ ସେ ଗ୍ରାମାଞ୍ଚଳ ରୁ ରାଜ୍ୟ ସ୍ତରରେ ସ୍ଥାନ ପାଇ ସଫଳତା ଅର୍ଜନ କରିଛନ୍ତି । ଅସିତ୍ ଏସ୍ ଓ ଜି ଟ୍ରେନିଂ ପରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ପି ଏସ ଓ ଭାବେ କାର୍ଯ୍ୟ କରିଥିଲେ।

ଏବେ ଆସାମ ଜୋନାଲ ସ୍ତରୀୟ କ୍ରିକେଟ୍ ଚାମ୍ପିଅନ ସିପ୍ ରେ ଭାଗ ନେଇଛି ଓଡ଼ିଶା ପୋଲିସ ଦଳ । ଗୌହାଟୀ ଷ୍ଟାଡିୟମ୍ ରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ମଣିପୁର ପୋଲିସ ଟିମ କୁ ହରାଇ ଓଡ଼ିଶା ପୋଲିସ ଦଳ ବିଜୟୀ ହୋଇଛି । ଅସିତ୍ ଙ୍କ ପାଇଁ ଖୋର୍ଦ୍ଧା ପୋଲିସ ଓ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ପରିଲକ୍ଷିତ ହୋଇଛି। ଅସିତ୍ ଜଣେ ଭଲ ବ୍ୟାଟ୍ସ ମ୍ୟାନ ଓ ୱିକେଟ୍ ରକ୍ଷକ ଭାବେ ଖୁବ୍ ଜଣାଶୁଣା।

ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା

error: Content is protected !!