ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ମିଳିତ କର୍ମଚାରୀ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ସଭା l

ଗଞ୍ଜାମ ( ଆମ ଓଡିଶା ଖବର)ବୁଗୁଡ଼ା :୨0/୦୨/୨୫: ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଉଭୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର ମିଳିତ କର୍ମଚାରୀ ସଙ୍ଘ ପକ୍ଷରୁ ସ୍ନାତକ ସ୍ରୋତର କ୍ରୀଡ଼ା ଅଧ୍ୟାପକ ଭଂଜ କିଶୋର ଗୈ।ଡ ଙ୍କ ସମ୍ମାନାର୍ଥେ ଏକ ବିଶେଷ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଛି।

ଏହି ସଭାରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ କୈଳାସ ଚନ୍ଦ୍ର ସେନାପତି, ବିଭୂତି ଭୂଷଣ ବେବର୍ତ୍ତା, ଡଃ ଶିଶିର କୁମାର ନାୟକ, ଅମିୟ କୁମାର ସ୍ବାଇଁ, ଡଃ ଏ ଜିତେଶ ରାଓ ଦୋରା ଯୋଗଦେଇ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ କ୍ରୀଡ଼ା ନୈପୁଣ୍ୟ ତଥା ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ଭଞ୍ଜ କିଶୋର ଗୈ।ଡ ଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ।

ସ୍ନାତକ ମହାବିଦ୍ୟାଳୟରେ କ୍ରୀଡ଼ା ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ଭଞ୍ଜ କିଶୋର ଇତିମଧ୍ୟରେ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ନୂତନ ନିଯୁକ୍ତି ପାଇଛନ୍ତି। କ୍ରୀଡ଼ା ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବାବେଳେ ସେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇ ବିଶେଷକରି କବାଡି, ଭାର ଉତ୍ତୋଳନ ଓ ଅନ୍ୟାନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ବିଶ୍ବବିଦ୍ୟାଳୟ ସ୍ତରରେ ଓ ସର୍ବଭାରତୀୟ ସ୍ତରରେ ବିଜୟୀ ହୋଇ ପଦକ ହାସଲ କରି ମହାବିଦ୍ୟାଳୟକୁ ରାଜ୍ୟସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭବ୍ୟ ପରିବେଶରେ ଆୟୋଜିତ ହୋଇଥିବା

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, କିଶୋର ଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତା ରାଣୀ ସାହୁ, ମିନତୀ ଆଚାରୀ, ଅଧ୍ୟାପକ ଭାବଗ୍ରାହୀ ପଣ୍ଡା, ସଞ୍ଜୟ କୁମାର ବିଷୋୟୀ, କାହ୍ନୁଚରଣ ଦାସ, ଜ୍ଞାନ ଚାନ୍ଦ ଗୈ।ଡ, ରଶ୍ମୀ ରଞ୍ଜନ ତ୍ରିପାଠୀ, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ସନ୍ତୋଷ କୁମାର ପରିଡ଼ା, ଉମାଶଙ୍କର ଗୈ।ଡ, ଭାବଗ୍ରାହୀ ମହାପାତ୍ର,ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମହାରଣା, ଯଶଶ୍ବିନୀ ଗୈ।ଡ, କାବେରୀ ବିଷୋୟୀ,ସଲିଳା ନାୟକ, ଶିବାନୀ ଆଚାରୀ ଯୋଗଦେଇ ଭଞ୍ଜ କିଶୋର ଗୈ।ଡଙ୍କ ନିଷ୍ଠାପର କର୍ମମୟ ଜୀବନର ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରିଥିଲେ।

ଉଭୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ତରଫରୁ ପୃଥକ ଭାବେ ମାନପତ୍ର ସହ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ଓ ବିଦାୟ କାଳୀନ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଭା ଶେଷରେ ଅଧ୍ୟାପକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ନବଘନ ପ୍ରଧାନ, ସିମାଞ୍ଚଳ ଗୈ।ଡ,ଏନ ମୁଦୁରାଜୁ ଦୋରା ପରିଚାଳନା କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ ଆମ ଓଡ଼ିଶା ଖବର

error: Content is protected !!