ଗଞ୍ଜାମ: (ଆମ ଓଡିଶା ଖବର)ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ଅଧୀନ ପଢାଳ ଗ୍ରାମ ସ୍ଥିତ ରୂଷିକୂଲ୍ୟା ନଦୀପଠାରୁ ବେଆଇନ୍ ବାଲି ଉତ୍ତୋଳନ ବନ୍ଦ ପାଇଁ ଅଭିଯୋଗ ଫେରାଦ ବାରମ୍ବାର କରିବା ସତ୍ବେ ପ୍ରଶାସନ ବନ୍ଦ ପାଇଁ ପଦକ୍ଷେପ ନେବା ପାଇଁ ଚାହୁଁ ନାହାନ୍ତି। ଦୀର୍ଘ ଦିନ ଧରି ବେଧଡକ ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ସେମାନଙ୍କ ‘ଲିଜ ଘାଟ ନରସିଂହ ପଲ୍ଲୀ ‘ କିନ୍ତୁ ପଢାଳ ଅଞ୍ଚଳ ରୁ ବେଆଇନ ଭାବେ ଦିନରାତି ଦୁଇ ଦୁଇଟି ହିଟାଚି(୨୨୦) ଦ୍ଵାରା ହାଇୱ।ରେ ବାଲି ଚାଲାଣ କରୁଛନ୍ତି lବିଗତ ବର୍ଷ ନଭେମ୍ବର ମାସ ୧୭,୧୮ ତାରିଖ ବେଳେ ନଦୀ ହିଡ କାଟି ବାଲି ଚାଲାଣ ଆରମ୍ଭ କରିଥିଲେ।ଏହା ଦ୍ଵାରା ପଢାଳ ଜୟପୁର ଗ୍ରାମବାସୀ ବେଆଇନ୍ ବାଲି ଉତ୍ତୋଳନ ବନ୍ଦ ପାଇଁ ଲିଖିତ ଅଭିଯୋଗ ପ୍ରାସାସନିକ ଅଧିକାରୀ ଙ୍କୁ ଦରଖାସ୍ତ ଦେଇଥିଲେ। ସେହି ସମୟର ତତ୍କାଳୀନ ଉପଜିଲ୍ଲାପାଳ ଉକ୍ତ ଅଂଚଳ ପରିଭ୍ରମଣ କରି ‘୧୪୪’ ଧାରା ଲଗାଇ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। କିଛି ଦିନର ବ୍ୟବଧାନ ପରେ ପୁଣି ନରସିଂହପଲୀ ଅଞ୍ଚଳ ଦେଇ ନଦୀ ଭିତରେ ରାସ୍ତା ତିଆରି କଲେ ପୁଣି ବେଧଡକ ବାଲି ଉତ୍ତୋଳନ କରି ଚାଲାଣ କଲେ।

ପୁଣି ଚଳିତ ବର୍ଷ ଜାନୁୟାରୀ ମାସରେ ବାଲି ଉତ୍ତୋଳନ ଆରମ୍ଭ କଲେ। ଗ୍ରାମ ବାସୀ ପୁଣି ଉପଜିଲ୍ଲାପାଳ ଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାଇଲେ। ଜାନୁଆରୀ ୨୯ ତାରିଖରେ ଉପଜିଲ୍ଲାପାଳ, ଆସିକା ତହସିଲଦାର, ଭଞ୍ଜନଗର ଖଣି ବିଭାଗ ଅଧିକାରୀ, ଆସିକା ଆଇ ଆଇ ସି ଓ କୋଟି ନଡ଼ା ଆଇ ଆଇ ସି ଉକ୍ତ ଅଞ୍ଚଳ ପରିଭ୍ରମଣ କରି ବେଆଇନ୍ ଅଞ୍ଚଳରୁ ବାଲି ଉତ୍ତୋଳନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିଛି ଦୀନ ପୁଣି ବନ୍ଦ କରିଥିଲେ ବାଲି ଉତ୍ତୋଳନ କାରୀ।
ପୂର୍ବ ଭଳି ଅନୁରୂପ ଲିଜ ଅଞ୍ଚଳ ଅତି କ୍ରମ କରି ପଢାଳ ଅଞ୍ଚଳରୁ ବାଲି ଉତ୍ତୋଳନ ଜାରୀ ରଖିଛନ୍ତି।ଏହି ଅଂଚଳ ବାସୀ ଙ୍କ ଏକ ମାତ୍ର ସାହାଭରଷା ରୂଷିକୂଲ୍ୟା ନଦୀ ସ୍ନାନ ସୈ।ଚାଦି ପାଇଁ ତତ୍ ସହିତ ଗାଇ ବଳଦ ପାଇଁ ପାନୀୟ ଜଳ।ବାଲି ଉତ୍ତୋଳନ ଏଭଳି ଭାବେ ହେଉଛି ନଦିର ମାଟି ଦେଖା ଗଲାଣି ଖରାଦିନ ଆସିଲାଣି ପାଣି ଅଞ୍ଚଳ ବାସୀ ଚୂଆ କରି ପାଣି ବ୍ୟବହାର କରନ୍ତି।ଏବେ ନଦୀରେ ଆଉ ଚୂଆ ପାଇଁ ବାଲି ନାହିଁ ପାଣି ଆସିବ କେଉଁଠୁ।ବାଲି ଉଠାଣ ହେଉଥିବା ଯୋଗୁଁ ଜଳ ସ୍ତର ନିମ୍ନ ଗାମି ହେବାକୁ ବସିଲାଣି ଏବେ ଠାରୁ ଆଗକୁ ଅନେକ ଦୀନ ବାକି ଅଛି ବର୍ଷା ରୁତୁ ଆସିବା ପାଇଁ।
ଏହି ବେଆଇନ୍ ବାଲି ଉତ୍ତୋଳନ ବନ୍ଦ ପାଇଁ ଗ୍ରାମବାସୀମାନେ ଆସିକା ତହସିଲଦାର ମହୋଦୟା ଙ୍କୁ ଫୋନ୍ ଯୋଗେ ଫେରାଦ କଲେ।ମହୋଦୟା କହିଲେ ଖଣି ବିଭାଗ ଅଧିକାରୀଙ୍କୁ ଜଣାଓ, ଉପଜିଲ୍ଲାପାଳ ଙ୍କୁ ଜଣାଓ।ଖଣି ବିଭାଗ ଅଧିକାରୀଙ୍କୁ ଫୋନ୍ ମାଧ୍ୟମ ରେ ଗ୍ରାମ ବାସୀ ଜଣାଇଲେ ଉତ୍ତର ମିଳିଲା ସ୍ଥାନୀୟ ବିଧାୟକଙ୍କୁ ଜଣାଓ।

ଉକ୍ତ ଗ୍ରାମବାସୀ ଏଭଳି ମନ୍ତବ୍ୟ ଦେଇଛନ୍ତି ଆମ ମିଡ଼ିଆ ଆଗରେ।ଖବର ନେବାରୁ ଜଣାଗଲା ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମହୋଦୟ ଆସିକା ଆସୁଛନ୍ତି। ଆସିକା ତହସିଲ ସ୍ଥିତ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ଙ୍କ ଏହି ବେଆଇନ୍ ବାଲି ଉତ୍ତୋଳନ ଉପରେ ପ୍ରତିକ୍ରିୟା ନେବାରୁ ଉପଜିଲ୍ଲାପାଳ ମହୋଦୟ ପ୍ରତିକ୍ରିୟା ରଖି କହିଲେ ବେଆଇନ୍ ଅଞ୍ଚଳରୁ ବାଲି କାଢ଼ିବା ବନ୍ଦ ହେବ। ତତ୍ ସହିତ ଆସିକା ଅଞ୍ଚଳରେ ୬୦ ରୁ ଉର୍ଦ୍ଧ୍ବ ଇଟା ଭାଟି (ମାଟି ଦ୍ବାରା) ମାଲିକ ଉପର ଭାଟି ରେ ଇଟା ପୋଡ଼ୁ ଛନ୍ତି ଏହା ଦ୍ଵାରା ପ୍ରଦ୍ୟୁଷଣ ବଢୁଛି ତା ସାଙ୍ଗ କୁ ଶିଶୁ ଶ୍ରମିକ ନିୟୋଜିତ କରିଛନ୍ତି। ଏହାଉପରେ ପ୍ରତିକ୍ରିୟା ରଖି ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମହୋଦୟ କହିଲେ ଆପଣ ଚିହ୍ନଟ କରନ୍ତୁ କେଉଁ ଇଟା ଭାଟିରେ ଶିଶୁ ଶ୍ରମିକ ନିୟୋଜିତ ଅଛନ୍ତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ।
ପ୍ରକାଶ ଥାଉକି ଯଦି ବାରମ୍ବାର ଅଭିଯୋଗ ସତ୍ବେ ବାଲି ଉତ୍ତୋଳନ ବନ୍ଦ ନହୁଏ ତେବେ ପଢାଳ ଓ ଜୟପୁର ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ଯେତେ ଦିନ ପର୍ଯ୍ୟନ୍ତ ବେଆଇନ୍ ବାଲି ଉଠାଣ ନଦୀ ଘାଟରୁ ବନ୍ଦ ନହୁଏ ସେମାନେ ରାଜ ରାସ୍ତାକୁ ଅବରୋଧ କରିବେ ବୋଲି ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟଆମ ଓଡ଼ିଶା ଖାବର
More Stories
ପୋଲସରା ବିଜ୍ଞାନ ମହାିଦ୍ୟାଳୟ ଠାରେ ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୫ l
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।