ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଟାଙ୍ଗୀ ଖୋର୍ଦ୍ଧା
ଗତକାଲି ରାତି ରେ ୧୬ ନମ୍ବର ଜାତୀୟ ରାଜପଥ ବଡପୋଖରିଆ ଛକ ନିକଟସ୍ଥ ଏକ ରାସ୍ତା ଦୁର୍ଘଟଣାରେ ବାଇକ୍ ଚାଳକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ଘଟଣା ରୁ ପ୍ରକାଶ ଯେ ବଡପୋଖରିଆ ଗ୍ରାମ ର ଅକ୍ଷୟ କୁମାର ବଳିୟାର ସିଂହ ଓ ତାଙ୍କର ବନ୍ଧୁ ପ୍ରଶାନ୍ତ ମାନସିଂହ ଏକ ବାଇକ୍ ରେ ରାମେଶ୍ବର ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଏକ ବୋଲେରୋ ଆସି ପିଟିଥିବା ଅଭିଯୋଗ ହୋଇଛି। ଖବର ପାଇ ପରିବାର ଲୋକ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ କୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏ ସଂପର୍କରେ ଅକ୍ଷୟ ଙ୍କ ପିତା ବିଜୟ ବଳିୟାର ସିଂହ ଜଙ୍କିଆ ଥାନା ରେ ଲିଖିତ ଅଭିଯୋଗ କରିବା ସହ ବୋଲେରୋ ଗାଡ଼ି ଡ୍ରାଇଭର ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ି ନମ୍ବର ହେଲା OD 02 BM6864.


More Stories
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l