ଟାଙ୍ଗୀ ର ଲାଇନ୍-ମ୍ୟାନ ଦିଲ୍ଲୀରେ ସମ୍ବର୍ଦ୍ଧିତ l

ଟାଙ୍ଗୀ (ଆମ ଓଡିଶା ଖବର )ବିଦ୍ୟୁତ ବିଭାଗର ଲାଇନ୍-ମ୍ୟାନ ଦିବସରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଡିଭିଜନର ଟାଙ୍ଗୀ ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଟାଙ୍ଗୀ ର ଲାଇନ୍-ମ୍ୟାନ ଲଡୁ କିଶୋର ପ୍ରଧାନ ଙ୍କୁ ଦିଲ୍ଲୀରେ ( କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ) ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଟାଙ୍ଗୀ ବିଦ୍ୟୁତ ବିଭାଗ ଟିପିସିଓଡିଏଲ୍ ରେ କାର୍ଯ୍ୟରତ ଲାଇନ୍-ମ୍ୟାନ ଲଡୁ କିଶୋର ପ୍ରଧାନ ନିଜର ଅତ୍ୟାଧୁନିକ ଜ୍ଞାନ କୈ।ଶଳ , କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ କର୍ମଚାରୀ ମାନଙ୍କ ସୁରକ୍ଷା ସହିତ ଟିପିସିଓଡିଏଲ୍ କମ୍ପାନୀର କ୍ଷତି ରେ ରୋକ୍ ଲଗାଇବାରେ ସଫଳତା ଯୋଗୁଁ ତାଙ୍କୁ ଏଭଳି ସମ୍ବର୍ଦ୍ଧନା ଦିଆଯାଇଛି । ବାଲୁଗାଁ ବିଭାଗ ଡିଭିଜନ ତରଫରୁ ଟିପିସିଓଡିଏଲ୍ ର ସୁରକ୍ଷା ମୁଖ୍ୟ ରାଜେଶ ପ୍ରହଲ୍ଲାଦ ଶର୍ମା ଙ୍କୁ ଏବଂ ସୁରକ୍ଷା ର ସମସ୍ତ ଟିମ୍ କୁ ଟାଙ୍ଗୀ ବିଦ୍ୟୁତ ବିଭାଗର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଟାଙ୍ଗୀ ବିଦ୍ୟୁତ ବିଭାଗ ଟିପିସିଓଡିଏଲ୍ ରେ କାର୍ଯ୍ୟରତ ଲାଇନ୍-ମ୍ୟାନ ଲଡୁ କିଶୋର ପ୍ରଧାନ ଙ୍କ ଏହି ସଫଳତା ସାରା ଓଡିଶା ବିଶେଷ କରି ଟାଙ୍ଗୀ ବିଦ୍ୟୁତ ବିଭାଗ ଟିପିସିଓଡିଏଲ୍ ଉଚ୍ଚ ପ୍ରଶଂସିତ ହୋଇପାରିଛି । ସେଥିପାଇଁ ବାଲୁଗାଁ ବିଦ୍ୟୁତ ବିଭାଗ ଡିଭିଜନର ଏକ୍ସକ୍ୟୁଟିଭ୍ ଇଂଜିନିୟର ଶିବପ୍ରସାଦ ବଳିଆରସିଂ , ଏସ୍-ଡିଓ ( ଟାଙ୍ଗୀ ) ଅଜିତ ମହାପାତ୍ର , ଜୁନିୟର ଇଂଜିନିୟର ( ଟାଙ୍ଗୀ ) ଭୂପେନ କର ଓ ଟାଙ୍ଗୀ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ସଫଳ ଲାଇନ୍-ମ୍ୟାନ ଲଡୁ କିଶୋର ପ୍ରଧାନ ଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଟାଙ୍ଗୀ କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

error: Content is protected !!