ଖୋର୍ଦ୍ଧା (ଆମ ଓଡ଼ିଶା ଖବର ) ଜଟଣୀରେ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ସଙ୍ଗଠନ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ପାଳିତ କରାଯାଇଥିଲା । ଏହାକୁ ପ୍ରାଣନାଥ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଅବନୀ ରାଉତରାୟଙ୍କ ଆନୁକୁଲ୍ଯରେ ଆୟୋଜନ କରାଯାଇଥିଲା। ଶର୍ବପ୍ରଥମେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ସଭାକାର୍ଯ ଆରମ୍ଭ ହୋଇଥିଲା। ଆଲୋଚନାର ପ୍ରସଙ୍ଗ ଥିଲା ବିଜୁବାବୁ ଜଣେ ବିପ୍ଳବୀ ତଥା ଓଡିଶାର ବରପୁତ୍ର ଥିଲେ। ଓଡ଼ିଶାକୁ ସମୃଦ୍ଧିରେ ଆଗେଇ ନେବାରେ ସେହି ମହାନାୟକଙ୍କ ଶର୍ବଶ୍ରେଷ୍ଠ ଅବଦାନ। ସେ ଥିଲେ କର୍ମଯୋଗୀ, କର୍ମକୁ ଅଗ୍ରାଧିକାର ଦେଉଥିଲେ। ସେହି ପରିପ୍ରେକ୍ଷୀରେ ଉପସ୍ଥିତ ବିଜୁ ପ୍ରେମି ମାନେ ବିଜୁବାବୁଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋଚନା, କବିତା ମାଧ୍ୟମରେ ଆଲୋକପାତ କରାଇଥିଲେ ।

ବରିଷ୍ଠ ନାଗରିକ ତଥା ଫାଉଣ୍ଡେସନର ଅଧ୍ୟକ୍ଷ ସାମ୍ବାଦିକ ତଥା ଆଇନଜୀବୀ ଶ୍ରୀ ଅବନୀ ରାଉତରାୟ ସଭାପତିତ୍ବରେ ଆଲୋଚନାଚକ୍ର ହୋଇଥିଲା। ଏହି ବୈଠକରେ ଯୋଗଦାନ କରିଥିଲେ, ଫାଉଣ୍ଡେସନର ସମ୍ପାଦକ ଶ୍ରୀ ଜବାହର ଲାଲ ସୁବୁଦ୍ଧି, ବରିଷ୍ଠ ନାଗରିକ ଶ୍ରୀ ରବିନ୍ଦ୍ର ପ୍ରାସାଦ ମିଶ୍ର, ସମାଜସେବୀ ବାସୁ ଦେବ ସେଠୀ, ସହିତ୍ୟକ ଶ୍ରୀ ଆଦି ନାରାୟନ ଖଣ୍ଡୁଆଳ, ବରିଷ୍ଠ ସାମ୍ବାଦିକ ଧିରେନ୍ ପ୍ରତିହାରୀ, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ପଣ୍ଡିତ ସୁରେଶ କୁମାର ରଥ, ମନମୋହନ ରାଉତରାୟ, ପ୍ରସନ୍ନ କୁମାର ମହାରଥୀ ଏବଂ ଅନେକ ବରିଷ୍ଠ କନିଷ୍ଠ ଉପସ୍ଥିତ ଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ