ଗଞ୍ଜାମ ( ଆମ୍ ଓଡ଼ିଶା ଖବର) – କୋରାପୁଟ ମାଟିର ତଥା ଡି.ଏ.ଭି କଲେଜ ର ସୁଯୋଗ୍ୟ ସନ୍ତାନ ଶୁଭାଶିଷ ରଥ ଆର୍ମୀ ଲେଫ୍ଟେନାଣ୍ଟ ହୋଇ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ର ଅଧିକାରି ହୋଇଛନ୍ତି। ଚେନ୍ନାଇ ସ୍ଥିତ ମିଲିଟାରୀ ଅଫିସର୍ସ ଟେନିଂ ଏକାଡେମୀ (ଓଟିଏ)ରୁ ସଫଳତା ସହ ଟେନିଂ ସାରି ଜଣେ ମାତ୍ର ଓଡିଆ ଭାବେ ପାସିଂଆଉଟ୍ ପ୍ୟାରେଡ ରେ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ପାସିଂଆଉଟ୍ ନିୟମ ଅନୁଯାୟୀ ପିତା ଶ୍ରୀ ପତିତପାବନ ରଥ ଓ ମାତା ଶ୍ରୀମତି ପୁଷ୍ପଲତା ରଥ ଚେନ୍ନାଇ ସ୍ଥିତ ମିଲିଟାରୀ ଅଫିସର୍ସ ଟେନିଂ ଏକାଡେମୀ (ଓଟିଏ)ପାସିଂଆଉଟ୍ ପ୍ୟାରେଡ ରେ ପୁତ୍ର ଶୁଭାଶିଷ ରଥ ଙ୍କୁ ତାରକା ପିନ୍ଧେଇଥିଲେ। ଏହି ସମୟ ରେ ତାଙ୍କ ମାଉସୀ ପୋଲିସ ଅଧିକାରୀଣୀ ସନ୍ତୋସିନି ବାରିକ ଓ ବରିଷ୍ଟ ସାମ୍ବାଦିକ ଦିଲ୍ଲୀପ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ଶୁଭାଶିଷ ରଥ ଡି.ଏ.ଭି କଲେଜ ର ଜଣେ ସୁଯୋଗ୍ୟ ଛାତ୍ର ଓ ଏନ.ସି .ସି ର ଜଣେ ଭଲ କ୍ୟାଡ଼ର। ଗଲା ବର୍ଷ ସର୍ବଭାରତୀୟ ଆର୍ମି ଅଫିସର୍ସ ପରୀକ୍ଷା ରେ ୪୫ ଜଣଙ୍କ ମଧ୍ୟରୁ ଓଡ଼ିଶା ରୁ ଜଣେ ମାତ୍ର ଓଡିଆ ପୁଅ ଭାବେ ୧୯ ନମ୍ବର ରେ ପାସ ହୋଇ ଚେନ୍ନାଇ ସ୍ଥିତ ମିଲିଟାରୀ ଅଫିସର୍ସ ଟେନିଂ ଏକାଡେମୀ (ଓଟିଏ) ରେ ଟେନିଂ ନେଇ ଲେଫ୍ଟେନାଣ୍ଟ ହୋଇଛନ୍ତି। କୋରାପୁଟ ଭବାନୀ ନଗର ବାସିନ୍ଦା ପତିତପାବନ ରଥ ଓ ମାତା ଶିକ୍ଷୟତ୍ରୀ ପୁଷ୍ପଲତା ରଥ ଙ୍କ ସେ ଜ୍ୟେଷ୍ଠ ପୁତ୍ର। ଶୁଭାଶିଷ ଓ ତାଂକ ମା ପୁଷ୍ପଲତା ଉଭୟେ କୋରାପୁଟ ଡି.ଏ.ଭି କଲେଜ ରେ ଅଧ୍ୟୟନ କରୁଥିଲେ। ଟ୍ରେନିଂ ପରେ ମାତ୍ର ୨୧ବର୍ଷ ବୟସ ରେ ଶୁଭାଶିଷ ଲେଫ୍ଟେନାଣ୍ଟ ହୋଇଛନ୍ତି, ଆଗକୁ ଆହୁରି ଉଚ୍ଚ ପଦବୀକୁ ଯିବାର ସୁଯୋଗ ରହିଛି। ସେ ଯୁବ ପିଢ଼ି ପାଇଁ ଆଦର୍ଶ। ଲେଫ୍ଟେନାଣ୍ଟ ଶୁଭାଶିଷ ଙ୍କୁ କୋରାପୁଟ, ଡି.ଏ.ଭି କଲେଜ ର ପୂର୍ବତନ ଛାତ୍ର ବରିଷ୍ଟ ଆଇନଜୀବୀ ନିରାକାର ସାହୁ, ଶ୍ରୀମତି ପୁଷ୍ପଲତା ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଟି . ଅରୁଣା, ଶ୍ରୀମତି କେ.ଶଶିକଳା, ଶ୍ରୀମତି ପ୍ରବୀଣା କୁମାରୀ ସାହୁ, ଅଧ୍ୟାପିକା ସୁଭଦ୍ରା , ଶ୍ରୀଧର ପଟନାୟକ ସମେତ ବହୁତ ଛାତ୍ର ଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଛା ଓ ଶୁଭକାମନା ଜଣେଇ ଛନ୍ତି।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l