କାର୍ଯ୍ୟ ସମାପ୍ତି ର ୧୨ ଦିନରେ ପିଚୁ ଉଠିବା ହେଲାଣି ଆରମ୍ଭ) (କେସିଙ୍ଗା ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଓ ଠିକାଦାର ମିଳିତ ଭାବାରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରିଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କରିଛନ୍ତି କି ଆତ୍ମସାତ)
କଳାହାଣ୍ଡି ୨୮/୧୧(ଆମ ଓଡିଶା ଖବର)କେସିଙ୍ଗା ଦୀର୍ଘ ବର୍ଷ ଧରି ଆଦର୍ଶ ବିଦ୍ୟାଳୟ କୁ ଗମନା ଗମନ ପାଇଁ ଭଲ ରାସ୍ତା ଟିଏ ପାଇଁ ହଇରାଣ ହେଉଥିଲେ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀଛାତ୍ର। ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟରେ ରାସ୍ତା କୁ ନେଇ ଖବର କାଗଜ ମାନଙ୍କରେ ଓ ବିଦ୍ୟୁତିକ ଗଣମାଧ୍ୟମ ଗୁଡିକରେ ପ୍ରକାଶିତ ହୋଇଛି। ଏହି ରାସ୍ତା କୁ ନେଇ ନୂତନ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳ ଙ୍କୁ ସ୍ଥାନୀୟ ଲୋକମାନେ ଅଭିଯୋଗ କରି ଆସୁଥିଲେ। ଜିଲ୍ଲାପାଳ ଏହି ରାସ୍ତା ଦେଇ ଅନେକେ ଥର ଓଡିଶା ଆଦର୍ଶ ବିଦ୍ୟାଳୟ ଯାଉଥିବା ବେଳେ ସମସ୍ୟା ଦେଖୁ ଅନୁଭବ କରିଥିଲେ ଏବଂ ଜିଲ୍ଲାପାଳ ପୂର୍ତ୍ତ ବିଭାଗ ମୂଖ୍ୟ ଯନ୍ତ୍ରୀ ଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା।

କିଛି ଦିନ ତଳେ ନଭେମ୍ବର ମାସ ୧୫ ତାରିଖ ଦିନ କାର୍ଯ୍ୟ ସମାପ୍ତି କରିଥିବା ନେଇ ପିଡବ୍ଲୁଡି ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ମହୋଦୟ ନିଜେ ଠିଆ ହୋଇ ଫଟୋ ଉଠାଇ କିଛି ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଦୀର୍ଘ ଦିନ ଅପେକ୍ଷା ପରେ ରାସ୍ତା ନିର୍ମାଣ ହୋଇ ଥିବାରୁ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀଛାତ୍ର ମାନେ ଖୁସି ବ୍ୟକ୍ତ କରିଥିଲେ। ମାତ୍ର ୧୨ ଦୀନ ନପୁରୁନୁ ପିଚୁ ଉଠିବା ଓ ରାସ୍ତା କଡ଼ରେ ମୁରୁମ୍ କିମ୍ବା ମାଟି ନ ପଡ଼ିବା ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମାନରେ ପୂର୍ତ୍ତ ବିଭାଗ କାର୍ଯ୍ୟ ନିମ୍ନ ମାନର ହୋଇଥିବା ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଙ୍କୁ ଫୋନ ଜରିଆରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ ମାତ୍ର ସେ ଫୋନ ଉଠାଇ ନଥିଲେ। ଏହା ପରେ କେସିଙ୍ଗା ଦାୟିତ୍ଵ ରେ ଥିବା ଏସଡିଓ ଶବର ବାବୁ ଙ୍କୁ ଯୋଗା ଯୋଗ କରି ରାସ୍ତା ବିଷୟ ରେ ଅବଗତ କରାଇ ଥିଲୁ। ସେ ଯନ୍ତ୍ରୀ ଙ୍କ ସହ କଥା ହୋଇ ଅବଗତ କରିବେ ବୋଲି କହି ଥିଲେ। କିଛି ସମୟ ପରେ ଯନ୍ତ୍ରୀ କର ବାବୁ ଫୋନ କରି କହିଲେ ମୂଖ୍ୟ ରାସ୍ତା ରୁ ଏହି ରାସ୍ତା ସଂଯୋଗ ରହିଛି। ଭାରିଯାନ ଚଳାଚଳ କରି ଥିବରୁ କିଛି ଖରାପ ହୋଇଯାଇଥିବ ବୋଳି ପ୍ରକାଶ କରିଛନ୍ତି। ଯଦି ରାସ୍ତା ନିର୍ମାଣ ୧୨ ଦିନରେ ରାସ୍ତା ପିଚୁ ଉଠିବା ଆରମ୍ଭ ହେଲାଣି ଆଗକୁ ଏହାର ଅବସ୍ଥା କଣ ହେବ ଜନସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଳି ଅଭିଭାବକ ମାନେ ଦାବୀ କରୁଛନ୍ତି। ସତରେ କେସିଙ୍ଗା ପୂର୍ତ୍ତ ବିଭାଗ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଓ ଠିକାଦାର ମିଳିତ ଭାବାରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଆତ୍ମସାତ କରିନାହାନ୍ତି ତ?
ରିପୋଟର-ପ୍ରସନ୍ନ କୁମାର ନାଏକ


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ