ନୂଆ ଓଡ଼ିଆ ଫିଲ୍ମ ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ଅନେକ ଆପତ୍ତିଜନକ ବୟାନ ଦେଇଥିଲେ ସୋସିଆଲ ମିଡିଆରେ ଆପତ୍ତିଜନକ ବୟାନ ଦେବା ନେଇ ଗିରଫ୍ ହୋଇଛନ୍ତି। ନିକଟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ‘ମୋତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି । ତପିଙ୍କ ଏପରି ବୟାନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା। ବୁଧବାର ଦିନ ସନ୍ଧ୍ୟାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହା ସମେତ ସେ ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ମଧ୍ୟ ଫସିଛନ୍ତି। ଏହା ଉପରେ ପ୍ରକାଶକ ବିକେ ପବ୍ଲିକେସନ୍, ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଲେଖିକା ବନସ୍ମିତା ଓ ତାଙ୍କ ଓକିଲ ଆୟୁସ୍ କୁଲରାଜ୍ ଗଣମାଧ୍ୟମକୁ ଏହି ବିଷୟରେ ମଧ୍ୟ ଜଣାଇଥିଲେ।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ, ଆମ ଓଡିଶା ଖବର। ପୋଟାଲ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ