ଧର୍ମଗଡ : ୧୬/୨ (ଆମ ଓଡ଼ିଶା ଖବର)ଧର୍ମଗଡ଼ ବ୍ଲକ୍ ଛଞ୍ଚାଣ ବାହାଳି ପଦର ପଡିଆ ଠାରେ ଗୁରୁବାର ଦିନ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଛଞ୍ଚାଣ ବାହାଳୀ ପଂଚାୟତ ସରପଂଚ ପ୍ରୀତି ବେମାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ,ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ, ଧର୍ମଗଡ଼ ବ୍ଲକ୍ ସରପଂଚ ସଂଘ ସଭାପତି ହାତିରମ୍ ଦୁର୍ଗା, ଜୟନ୍ତ ପୁର ସରପଂଚ ଜୟନ୍ତୀ ବାଗ, ସମିତି ସଭ୍ୟ ଚର୍ଚ୍ଚିକା ଗୋପାଲ, ନାଏବ ସରପଂଚ ତନ୍ଦ୍ରା ନାଏକ,ସମାଜ ସେବୀ ଗୌର ଚନ୍ଦ୍ର ବାଗ,ମଣ୍ଟୁ ଅଗ୍ରୱାଲ, ପିଣ୍ଟୁ ତିୱାରୀ ତଥା ପଂଚାୟତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ମଞ୍ଚାସିନ ରହି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ସଚେତନ କରିବା ସହ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ରେ ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଧାରା ମାଧ୍ୟମରେ ଏକ ବିକଶିତ ଓଡ଼ିଶା ଗଠନ ମଙ୍ଗ ଧରିଥିବା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି ପରିପେକ୍ଷିରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ବିଭାଗ ର କର୍ମଚାରୀ ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ ଖୋଲା ଯାଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଅବସରରେ ଦଣ୍ଡପାଟ ଅଞ୍ଚଳର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅଞ୍ଚଳ ତଥା ପଂଚାୟତ ର ସହ ଶହ ମହିଳା ପୁରୁଷ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଘୁନାଥ ଖମାରି ପରିଚାଳନା କରିଥିବା ବେଳେ ସମାଜ ସେବୀ ଗଗନେ ସ୍ୱର୍ ବେମାଲ, ମହେଶ୍ୱର ଯୁଏଡ କଙ୍କରିଆ ଦୁର୍ଗା, ଅଶୋକ ବାଗ, ଯୋଗାଣ ସହାୟକ ସୁଶାନ୍ତ ନାଏକ, ଗ୍ରାମ ରୋଜଗାର ସେବକ ନିହାର ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ