ଧର୍ମଗଡ ୧୨/୨( ଆମ ଓଡ଼ିଶା ଖବର) ସହକାରୀ ଜିଲ୍ଲାପାଳ ଅଚାନକ ସ୍କୁଲ ଗସ୍ତ କରି ପିଲାମାନଙ୍କୁ ବିଜ୍ଞାନ ପାଠ ପଢ଼ାଇ ଏବେ ଚର୍ଚ୍ଚା ରେ । ସୋମବାର ଧର୍ମଗଡ଼ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର ଅଚାନକ ଧର୍ମଗଡ ବ୍ଲକ ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ପାଠ ପଢ଼ାଇଛନ୍ତି। ପିଲାଙ୍କୁ ଗତି, ବେଗ, ସମୟ, ବଳ, ଚାପ,ଧ୍ୱନି ଏବଂ କୃଷି – ଉତ୍ପାଦନ ଓ ପରିଚାଳନା ପାଠ ପଢ଼ାଇଥିଲେ । ପିଲାଙ୍କୁ ମଝିରେ ମଝିରେ ପ୍ରଶ୍ନ ମଧ୍ୟ ପଚାରୁଥିଲେ।ଏହାକୁ ନେଇ ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଥିଲେ। ସହକାରୀ ଜିଲ୍ଲାପାଳ ଶ୍ରୀ ଶବର ବିଦ୍ୟାଳୟ ର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ପାଇଖାନା ଓ ପରିବେଶ ସଫା ରଖିବା ପାଇଁ କହିଥିଲେ। ସହକାରୀ ଜିଲ୍ଲାପାଳଙ୍କ ଏପରି ମନବୃତିକୁ ସ୍ଥାନୀୟ ଲୋକେ ପ୍ରଶଂସା କରିବା ସହିତ ଯଦି ଆଗାମୀ ଦିନରେ ମଧ୍ୟ ଅଧିକାରୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଚାନକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ସରକାରଙ୍କ ଯୋଜନା ସଫଳ ରୂପାୟନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।
ସହକାରୀ ଜିଲ୍ଲାପାଳ ସାଜିଲେ ଶିକ୍ଷକ: ବିଦ୍ୟାଳୟ ରେ ପଢ଼ାଇଲେ ପାଠ ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ