ରାୟଗଡା :(ଆମ ଓଡିଶା ଖବର )ତା :-୨୬/୩/୨୦୨୫ ରାଜ୍ଯ ସରକାରଙ୍କ ନିର୍ଦ୍ଦେଶ କ୍ରମେ ତଥା ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାବରିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସଂଯୋଜନାରେ ଜିଲ୍ଲାରେ ଅଦ୍ବିକା ଯୋଜନା ମାଧ୍ୟମରେ ଏକ ଦିନିଆ କିଶୋର କିଶୋରୀ ମାନଙ୍କ ନିମନ୍ତେ ଦ୍ବିତୀୟ ପର୍ଯ୍ଯାୟରେ ସ୍ୱତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗର ଭାରପ୍ରାପ୍ତ ସୁରକ୍ଷା ଅଧିକାରୀ ଶ୍ରୀମତୀ ଶୈଳଜା ଦାସ, ଆକ୍ସନ ଏଡ଼ ତରଫରୁ ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତନେଶ୍ୱର ସାହୁ, ଗୁଣପୁର ଉପଖଣ୍ଡ କାର୍ଯ୍ୟକ୍ରମ ଅଧିକାରୀ କଲ୍ୟାଣ ମହାକୁଡ଼ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I
ଏହି କାର୍ଯ୍ୟକ୍ରମ ଅଧୀନରେ କିଶୋର କିଶୋରୀ ମାନେ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର, କଳିଙ୍ଗ ଷ୍ଟାଡିୟମ ଓ ଭୂବନେଶ୍ୱର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପ୍ରଭ୍ରୁଡି ବୁଲି ଦେଖିଥିଲେ।

ଅଦ୍ବିକା କ୍ଲବର ସଦସ୍ଯ ସଦସ୍ୟା ମାନେ ବିଭିନ୍ନ ଦକ୍ଷତା ବିକାଶ ଦ୍ବାରା ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ତେଣୁ କେଉଁ ଦିଗ ପ୍ରତି ଗୁରୁତ୍ବ ଦେବାକୁ ହେବ ତାକୁ ଆଧାର କରି ଏହି ସ୍ବତନ୍ତ୍ର ପରିଭ୍ରମଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଓ ମତ ଦେଇଥିଲେI ପ୍ରଥମ ଓ ଦ୍ବିତୀୟ ପର୍ଯ୍ଯାୟରେ ମୋଟ ୮୪ଜଣ ଭାଗନେଇ ଥିଲେ। କୌଶଳ ବିକାଶ କାର୍ଯ୍ୟକ୍ରମ ରେ କିଶୋର କିଶୋରୀ ମାନଙ୍କ ପାଇଁ କଣ ସବୁ ସୁବିଧା ରହିଛି ଓ ତାଲିମ ପରେ କର୍ମ ନିଯୁକ୍ତି ବ୍ଯବସ୍ଥା ବିଷୟରେ ବୁଝି ଥିଲେ।ଏହାପରେ କିଶୋର କିଶୋରୀ ମାନେ ନିଜ ନିଜ ଘରକୁ ଫେରିଥିଲେ I
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।