ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା :-୨୮/ଠ୩/୨ଠ୨୫ ତାରିଖ ପୁଲିସ ହାତରେ ଧରାପଡ଼ିଛନ୍ତି ବାଇକ୍ ଲୁଟେରା । ବିଭିନ୍ନ ଥାନାରେ ହୋଇଥିବା ବାଇକ ଚୋରି ମାମଲାରେ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ରାୟଗଡ଼ା ପୁଲିସ ଗିରଫ କରିଥିବା ବେଳେ ଫେରାର ଥିବା ମାଷ୍ଟର ମାଇଣ୍ଡ ଫେରାର ରହିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ କାଂଚାମାଇ ଗ୍ରାମର ଅର୍ଜୁ ପିଡିକା (୨୫) ଓ ଗାଣ୍ଡାବଲସା ଗ୍ରାମର ସହଦେବ ମାଣ୍ଡାଙ୍ଗି (୩୦) | ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଜାରି ରଖୁଥିବା ଆଜି ଜିଲ୍ଲାର ଚାନ୍ଦିଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ. କୁମାର। ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ୧୦ଟି ଚୋରି ମୋଟର ସାଇକେଲ ଉଦ୍ଧାର କରାଯାଇଛି
ବୋଲି ସେ ସୂଚାଇଛନ୍ତି I ଏମାନଙ୍କ ନାମରେ ପୂର୍ବରୁ ଚାନ୍ଦିଲି ଥାନାରେ ୩ଟି, ରାୟଗଡ଼ା ଥାନାରେ ୩ଟି ଏବଂ ୨ଟି ଶେଷଖାଲ ଥାନାରେ ମୋଟର ସାଇକେଲ ଚୋରି ନେଇ ମାମଲା ଥିବା ଏସପି ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ, ଗତକାଲି ରାତ୍ରରେ ଚାନ୍ଦିଲି ଥାନା ଅଧୀନସ୍ଥ ଅମଲାଭଟ୍ଟା ଛକ ନିକଟର ଚାନ୍ଦିଲି ଥାନା ଏଏସଆଇ ଶିବରାମ ସ୍ବାଇଁ ଓ ପୁଲିସ ଷ୍ଟାଫ୍ ଏମଭି ଓ ଡ୍ରଙ୍କ ଆଣ୍ଡ ଡ୍ରାଇଙ୍ଗି ଯାଞ୍ଚ କରୁଥିବା ବେଳେ ଏକ ବାଇକ (ଓଡି ୧୮ ସି ୮୨୫୬) କୁ ସନ୍ଦେହ କରି ଯାଞ୍ଚ କରିଥିଲେ । ବାଇକରେ ବସିଥିବା ଜଣେ ପୁଲିସକୁ ଦେଖି ଚମ୍ପଟ ମାରିଥିବା ବେଳେ ଯାଞ୍ଚ ବେଳେ ଚାଳକ ସହଦେବ ମାଣ୍ଡାଙ୍ଗି, ଅର୍ଜୁ ପିଡିକାଙ୍କ ନିକଟରେ ଗାଡିର କାଗଜପତ୍ର ନଥିବା ଓ ବାଇକର ନମ୍ବର ପ୍ଲେଟ ନକଲିଥିବା ଜଣାପଡ଼ିଥିଲା। ପରେ ଉଭୟଙ୍କୁ ପୁଲିସ ଗିରଫ କରିଥିଲା। ଯାଞ୍ଚ ପରେ ଉକ୍ତ ଗାଡିଟି ଗତ ଫେବୃଆରୀ ମାସରେ ଚୋରି ହୋଇଥିବା ଓ ଚାନ୍ଦିଲି ଥାନା ଅନ୍ତର୍ଗତ କେ.ମାଲିଗାଁ ଗ୍ରାମର ବାସିନ୍ଦା ହୁଇକା ମଙ୍ଗୁଳୁ ଚାନ୍ଦିଲି ଥାନାରେ ଏନେଇ ଏତଲା ଦେଇଥିବା ଜଣାପଡ଼ିଥିଲା I ଗତକାଲି ବାଇକ ସହ ଦୁଇ ଅଭିଯୁକ୍ତ ଧରାପଡିବା ପରେ ତାଙ୍କ ଠାରୁ ଅନ୍ୟ ୯ଟି ବାଇକକୁ ଜବତ କରାଯାଇଥିବା ପୁଲିସ ସୂଚାଇଛି। ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖୁଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।


More Stories
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ରାୟଗଡାରେ ଅପେକ୍ଷା ସିନେମାର ପ୍ରିମିୟର ସୋ ଅନୁଷ୍ଠିତ …