ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ସମୁହ ଛୁଟିରେ ଯିବେ ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ସମସ୍ତେ ଯୋଗାଣ ସହାୟକ । ରାଜ୍ୟ ଯୋଗାଣ ସହାୟକ ସଙ୍ଘର ନିର୍ଧେଶ କ୍ରମେ ବେଗୁନିଆପଡା ବ୍ଲକର ଯୋଗାଣ ସହାୟକ ସଙ୍ଘ ଏହି ନିଷ୍ପତି ନେଇଛି | ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଞ୍ଚିତ ଥିବାରୁ ସଙ୍ଘ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ସଙ୍ଘର ସଭାପତି ନାରାୟଣ ଶତପଥି ଓ ସମ୍ପାଦକ ମନୋଜ କୁମାର ବେହେରା | ସୂଚନା ପ୍ରକାରେ ଯୋଗାଣ ସହାୟକ ମାନେ 2012 ମସିହାରୁ ସ୍ୱଳ୍ପ ପାରିଶ୍ରମିକ ପାଇ ଆସୁଥିବା ବେଳେ ଚାକିରୀର କୌଣସି ସର୍ତ୍ତାବଳି ନାହିଁ,ଏହି ଚୁକ୍ତି ଭିତିକ ଚାକିରୀରେ ସ୍ୱଳ୍ପ ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଛି | ପୂର୍ବ ସରକାର ସମୟରେ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ କୌଣସି ଦାବୀକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି | ଯାହା ଫଳରେ ବେଗୁନିଆପଡା ବ୍ଲକର ସମସ୍ତ ଯୋଗାଣ ସହାୟକ ଶନିବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି | 14 ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବୀ ପୂରଣ ନକରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଙ୍ଘର କର୍ମକର୍ତା | ଏ ନେଇ ଶନିବାର ପୂର୍ବାହ୍ନରେ ବିଡିଓ ଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ସଙ୍ଘ ର ସମସ୍ତେ ସଦସ୍ୟ | ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୋଗାଣ ସହାୟକ ମାନେ ସମୂହ ଛୁଟିରେ ରହିବେ ତେବେ ପିଡିଏସ ବଣ୍ଟନ କାର୍ଯ୍ୟ କେମିତି ହେବ ବୋଲି ପ୍ରଶ୍ନ କଲେଣି ଖାଉଟି | ତେଣୁ ସରକାର ଏମାନଙ୍କ ଦାବୀ କୁ ଵିଚାର କରି ଖୁବ ଶୀଘ୍ର ଦାବୀ ପୂରଣ କରିବା ନେଇ ଆଶାବାଦୀ ଅଛନ୍ତି ସମସ୍ତେ ଯୋଗାଣ ସହାୟକ |
More Stories
ଖୋର୍ଦ୍ଧା ସଢେଇଗଡରେ ଫୁଟିଲା ବୋମା ୧ ମୃତ ୧ଗୁରୁତର ।
ଗଡ଼ଦେବୀ ରାମଚଣ୍ଡୀଙ୍କ ନବମ ବାର୍ଷିକ ଉତ୍ସବ ପାଳିତ ।
ପାନନଗର ଗ୍ରାମର ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ।