ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ସମୁହ ଛୁଟିରେ ଯିବେ ବେଗୁନିଆପଡା ବ୍ଲକରେ କାର୍ଯ୍ୟରତ ସମସ୍ତେ ଯୋଗାଣ ସହାୟକ । ରାଜ୍ୟ ଯୋଗାଣ ସହାୟକ ସଙ୍ଘର ନିର୍ଧେଶ କ୍ରମେ ବେଗୁନିଆପଡା ବ୍ଲକର ଯୋଗାଣ ସହାୟକ ସଙ୍ଘ ଏହି ନିଷ୍ପତି ନେଇଛି | ଦୀର୍ଘ ଦିନ ହେବ ଯୋଗାଣ ସହାୟକ ମାନେ ନିଜ ହକ ପାଇବାରୁ ବଞ୍ଚିତ ଥିବାରୁ ସଙ୍ଘ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ସଙ୍ଘର ସଭାପତି ନାରାୟଣ ଶତପଥି ଓ ସମ୍ପାଦକ ମନୋଜ କୁମାର ବେହେରା | ସୂଚନା ପ୍ରକାରେ ଯୋଗାଣ ସହାୟକ ମାନେ 2012 ମସିହାରୁ ସ୍ୱଳ୍ପ ପାରିଶ୍ରମିକ ପାଇ ଆସୁଥିବା ବେଳେ ଚାକିରୀର କୌଣସି ସର୍ତ୍ତାବଳି ନାହିଁ,ଏହି ଚୁକ୍ତି ଭିତିକ ଚାକିରୀରେ ସ୍ୱଳ୍ପ ପାରିଶ୍ରମିକରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡୁଛି | ପୂର୍ବ ସରକାର ସମୟରେ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ କୌଣସି ଦାବୀକୁ ପୂର୍ବ ସରକାର ପୂରଣ କରି ନଥିବା ଅଭିଯୋଗ ହୋଇଛି | ଯାହା ଫଳରେ ବେଗୁନିଆପଡା ବ୍ଲକର ସମସ୍ତ ଯୋଗାଣ ସହାୟକ ଶନିବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି | 14 ଏପ୍ରିଲ ସୁଦ୍ଧା ଯଦି ସରକାର ଏମାନଙ୍କ ଦାବୀ ପୂରଣ ନକରନ୍ତି ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନର ଧାରା ଆଗକୁ ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ସଙ୍ଘର କର୍ମକର୍ତା | ଏ ନେଇ ଶନିବାର ପୂର୍ବାହ୍ନରେ ବିଡିଓ ଙ୍କ ଅନୁପସ୍ଥିତିରେ ଏବିଡିଓ ନିରଞ୍ଜନ ବେହେରାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ସଙ୍ଘ ର ସମସ୍ତେ ସଦସ୍ୟ | ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୋଗାଣ ସହାୟକ ମାନେ ସମୂହ ଛୁଟିରେ ରହିବେ ତେବେ ପିଡିଏସ ବଣ୍ଟନ କାର୍ଯ୍ୟ କେମିତି ହେବ ବୋଲି ପ୍ରଶ୍ନ କଲେଣି ଖାଉଟି | ତେଣୁ ସରକାର ଏମାନଙ୍କ ଦାବୀ କୁ ଵିଚାର କରି ଖୁବ ଶୀଘ୍ର ଦାବୀ ପୂରଣ କରିବା ନେଇ ଆଶାବାଦୀ ଅଛନ୍ତି ସମସ୍ତେ ଯୋଗାଣ ସହାୟକ |


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।