ଭୁବନେଶ୍ବରରେ ଓଡିଶା (ଆମ ଓଡିଶା ଖବର )ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରା ୫ ଅପ୍ରେଲ ଶନିବର ଅପରାହ୍ନ ୩.୩୦ରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଟଣା ଭକ୍ତଙ୍କ ମେଳରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସମସ୍ତ ନିତି କାନ୍ତି ଭୋର ୫ଟାରୁ ଯଥାରିତି ପ୍ରାୟ ସରିଯାଇଛି। ଯେମିତିକି ମଙ୍ଗଳ ଆଳତି ଓ ଅବକାଶ ପୂଜା ସରିଛି। ସାଢେ ୫ ଟାରେ ସାହାଣମେଲା ଦର୍ଶନ କରାଯିବ। ଏକଘଣ୍ଟା ଦର୍ଶନ ପରେ ରୋଷ ହୋମ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ପୂର୍ବାହ ୮ ମଧ୍ୟରେ ଶେଷ ହୋଇ ଧୂପ ଲାଗି କରାଯିବ। ବଲ୍ଲଭ ଭୋଗ କରାଯାଇ ପୁଣି ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହସ୍ନାନ ବେଶ କରାଯାଇ ୧୨ଟାରେ ଯାତ୍ରା ପୂଜା ସରିଛି। ସାଢ଼େ ୧୨.୩୦ ରେ ଶ୍ରୀ ଜିଉଙ୍କୁ ପହଣ୍ଡି କରାଯାଇ ଅପରାହ୍ନ ୩.୩୦ ମିନିଟ୍ ରେ ରଥଟଣା ଆରମ୍ଭ ହେବାକୁ ଯାଉଛି। ବିଧିମୁତାବକ ଶ୍ରୀଲିଙ୍ଗରାଜ ଦେବଦଳନ ରଥରେ ବସି ରାମେଶ୍ବର ତୀର୍ଥକୁ ଯାତ୍ରା କରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ଦିନ ରଥରେ ବେକି, କଳସ, ଦଧିନଉତି, ଓଲଟା ଶୁଆ ଆଦି କାମ ଶେଷ କରି ମହାରଣା ସେବାୟତ ପ୍ରଶାସନକୁ ରଥ ହସ୍ତାନ୍ତର କରିଛନ୍ତି । ରଥ ପ୍ରତିଷ୍ଠା ହେବା ସହିତ ନେତ ଉତ୍ସବ ନୀତି ଆରମ୍ଭ ହୋଇ ସାରଛି । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶ୍ରୋତ୍ରୀୟ କ୍ଷେତ୍ରବାସୀ ସେବାୟତମାନଙ୍କ ପକ୍ଷରୁ ଏହି ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ମହାପ୍ରଭୁ ସନ୍ଧ୍ୟା ଧୂପ ସରିବା ପରେ ପତ୍ରୀ ସେବକ, ଘଣ୍ଟୁଆ ଓ ମଶାଲ ସହିତ ବଡୁ ସେବାୟତ ମୁକ୍ତେଶ୍ଵର ମନ୍ଦିର ଦକ୍ଷିଣ ପଟରେ ଥିବା ମରୀଚି କୁଣ୍ଡରୁ ଜଳ ଆଣି ପ୍ରତିଷ୍ଠା ମଣ୍ଡପରେ ଆଣି ପହଞ୍ଚାଇ ଥିଲେ। ମହାରଣା ସେବକମାନେ ଭଣ୍ଡାର ଘରେ ଥିବା କାଷ୍ଠ ରଥ ନିର୍ମାଣର ମୁଖ୍ୟ ମହାରଣାଙ୍କଠାରୁ ରଥ ନିର୍ମାଣ ଶେଷ ହୋଇଥିବା ସ୍ଵୀକାରୋକ୍ତି ପରେ ରାଜଗୁରୁ ପ୍ରତିଷ୍ଠା କର୍ମ କରାଯାଇଛି। ରଥ ପ୍ରତିଷ୍ଠାର ସମସ୍ତ ନୀତିକାରିକ ଶେଷ ହେବା ପରେ ରାଜଗୁରୁ ମରୀଚି କୁଣ୍ଡର ଜଳକୁ ନେଇ ରଥ ଉପରେ ସିଞ୍ଚନ କରାଯାଇଥିଲା । ପ୍ରତିଷ୍ଠା ହୋଇଥିବା କାଷ୍ଠ ବୃଷଭ ୧୦୦ ମଧ୍ୟରାତ୍ରରେ ପ୍ରତିଷ୍ଠା ହେଲା, ରଥ ବାହନର ମାନ୍ୟତା ଦେଇ ରଥ ଉପରେ ସ୍ଥାପନ ହୋଇଥିଲା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମର୍ଥ ସେବକ ରଥ ଉପରକୁ ଆରୋହଣ କରି କଳସ ଉପରେ ନେତ ଚଢ଼ାନ୍ତି। ଏହି ନେତ ଚଢିବା ପରେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି।
ଖୋର୍ଦ୍ଧା, ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡିଶା ଖବର
(ପୋର୍ଟାଲରେ ଦୁଇଟା ଫଟୋ ବସିବ)


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ “ଉର୍ଦ୍ଧମ୍ନାୟ ତନ୍ତ୍ର” ପ୍ରଚୀନ ଗ୍ରନ୍ଥର ଲୋକାର୍ପଣ୍।
ମିଶ୍ରିତ ଉଚ୍ଚତ୍ତର ମାଧ୍ୟମିକ ବିଦ୍ୟାଳୟ, ଖୋର୍ଦ୍ଧା ରୋଡ ପକ୍ଷରୁ ଶିଶୁ ଦିବସ ପାଳିତ।
ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜାତୀୟ ସମାବେଶ ରେ ଖୋର୍ଦ୍ଧାଜିଲ୍ଲା ର ଯୋଗଦାନ