ବାର୍ଷିକ ପୁରସ୍କାର ବିତରଣ ଓ ବିଦାୟ କାଳିନ ସମ୍ଭର୍ଦନା ଉତ୍ସବ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା(ଆମ ଓଡିଶା ଖବର )ବୋଲଗଡ ଶିକ୍ଷା ବ୍ଲକ ସାନପଦର ଭକ୍ତ ଚରଣ ସରକାରୀ ଉଚ୍ଚବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଓ “ଖାଲି ହାତରେ ଆସିଛୁ ଖାଲି ହାତରେ ଯିବୁରେ” ଭିଡ଼ିଓ ଉନ୍ମୋଚନ ଉତ୍ସବ ପ୍ରଧାନ ଶିକ୍ଷକ ଜ୍ୟୋସ୍ନାରାଣୀ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧ୍ୟାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ଶିକ୍ଷାଦାନରେ ଉନ୍ନତି ଆଣିବା ପାଇଁ ତତ୍କାଳୀନ ଓ ଏବେକାର ସରକାର ଯୋଜନା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନ ଆଗ୍ରହ ବଢାଇଛି ବୋଲି କହିଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟରୁ ଅବସର ଗ୍ରହଣ କରୁଥିବା ବରିଷ୍ଠ ଆଦର୍ଶ ଶିକ୍ଷକ ତଥା ଐତିହାସିକ ଡ.ବିଭୂତି ଭୂଷଣ ଦଳେଇଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ସହିତ ଡ.ଦଳେଇଙ୍କର ଆଉ ଗୋଟିଏ “ମୋ ଗାଁ” ସଙ୍ଗୀତ ଭିଡ଼ିଓ ଉନ୍ମୋଚନ ହୋଇଥିଲା । ଏଥିରେ ଗାଁରେ ପୁରାତନ ଚଳଣିର ଦୃଶ୍ୟ ପ୍ରଦର୍ଶନ ହୋଇଥିଲା। ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ବ୍ରହ୍ମା, ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସହଶିକ୍ଷାଧିକାରୀ କୈଳାସ ନାଥ ସ୍ୱାଇଁ, ଏବିଓ ଅମିତା ମିଶ୍ର,ସିଆରସିସି ପ୍ରଫୁଲ୍ଲ କୁମାର ଦାସ, ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ସିଂହ, ପ୍ରତିଷ୍ଠାତା ସଭ୍ୟ ବୈକୁଣ୍ଠ ଚରଣ ନାୟକ, ପୁର୍ବତନ ପ୍ରଧାନ ଶିକ୍ଷକ ଯୋଗୀନାଥ ନାୟକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତି ମହାପାତ୍ର, ମୋ ସ୍କୁଲ ସଭାପତି ରାମଚନ୍ଦ୍ର ନାୟକ, ଗୋପାଳପୁର ସରପଞ୍ଚ ପ୍ରଦୀପ ବାରିକ , ଶିକ୍ଷକ ବିଜୟ କୁମାର ସାହୁ,ସମାଜସେବୀ ଅଜୟ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ବ୍ଲକ ଶିକ୍ଷା ସଂଯୋଜକ ସାନନ୍ଦ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ l ମୁଖ୍ୟଅତିଥି ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ବଳରେ ହିଁ ସଫଳତା ମିଳି ପାରିବ ବୋଲି ମତବ୍ୟକ୍ତ କରିଥିଲେ l ସଂଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପରିଶେଷରେ ଅତିଥିମାନଙ୍କ ଦ୍ଵାରା ସମସ୍ତ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l

ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା

error: Content is protected !!