
ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା ୧୦/୦୪(ଆପ୍ର)ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସରକାରୀ ଉଚ୍ଚ ବିଦ୍ୟାଳୟ ସିକରପାଇ ଠାରେ ମୋ ସଂସ୍କୃତି ଓ ମୋ ଖେଳନା କାର୍ଯ୍ୟକ୍ରମ ମହା ଧୁମଧାମରେ ଅନୁଷ୍ଟିତ ହୋଇ ଯାଇଛି ।
ପ୍ରଥମେ ଅତିଥିଙ୍କ ଉପସ୍ଥିତିରେ ଗଣେଶ ଭଗବାନ ଙ୍କ ମୂର୍ତ୍ତି ଠାରେ ପୂଜାର୍ଚ୍ଚନା କରିବା ପରେ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିବା ଲେଖନି ଖାତା ଗୁଡ଼ିକୁ ଅତିଥି ବୁଲି ଦେଖିଥିଲେ ସୁସଜ୍ଜିତ କକ୍ଷରେ ବହୁତ୍ ସୁନ୍ଦର୍ ଭାବରେ ଚିତ୍ରଣ ସହ ସବିଶେଷ ବର୍ଣ୍ଣନା ଲେଖାକୁ ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ଏହା ପରେ ଖେଳନା ପ୍ରଦର୍ଶନୀ ମଣ୍ଡପକୁ ଅତିଥି ଗଣ ରିବନ୍ କାଟି ଏହାର ଶୁଭ ଉଦ୍ଘାଟନ କରିଥିଲେ

ପରେ ପରେ ସଂସ୍କୃତିକ ସଭା
କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା ଏଥିରେ ନିମନ୍ତ୍ରିତ ଅତିଥି ନିଜ ନିଜର ଅଭିଭାଷଣ ରଖିଥିଲେ ଏଵଂ କୃତିତ୍ୱ ଲାଭ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ବଛା ଏବଂ ସମ୍ମାନିତି ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀମତି ସୁନିତା ଲେଙ୍ଗରୀ ମହୋଦୟ। ଓ ତାଙ୍କ ଧର୍ମପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଟେଲ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଞ୍ଜୀତ କୁମାର ଗରି ସଭାପତିତ୍ବ କରିଥିଲେ। ସଭା ମଞ୍ଚ ପରିଚାଳନା ଦାୟିତ୍ଵରେ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀଯୁକ୍ତ ତାପସ କୁମାର ଦଳେଇ ଏଵଂ ଶ୍ରୀଯୁକ୍ତ ବସନ୍ତ କୌଶଲ୍ୟା ତୁଲାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତାରେ କାର୍ଯ୍ୟକ୍ରମ ଟିକୁ ଅତି ଧୁମଧାମରେ ପାଳନ କରାଗଲା । ଲୁକାୟତ କଳା ପ୍ରତିଭାକୁ ଲୋକଲୋଚନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ କତୁର୍ପକ୍ଷ ଜଣାଇଛନ୍ତି।

ରାୟଗଡା ରୁ ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।